www.samajalive.in
Monday, December 8, 2025
27.1 C
Bhubaneswar

ବୁଧବାର ରାଶିଫଳ: ସାବଧାନ ଦୁଃସମ୍ବାଦ ମିଳିପାରେ

ମେଷ: ଧନ, ଧାନ୍ୟ ଭୋଗ କରିବାର ସୂଚନା ମିଳୁଛି; ମାତ୍ର ଦୁଷ୍ଟ ସ୍ବଭାବସମ୍ପନ୍ନଙ୍କ ସହିତ ମିଳାମିଶା କରିବା ଧନ ନାଶର କାରଣ ହେବ। ପ୍ରିୟଭାଷୀ ହେବେ। ସଂକୀର୍ଣ୍ଣମନା ହୋଇପାରନ୍ତି। ଗର୍ବିତ ହେବେ।

ବୃଷ: କଠିନ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ବୃତ୍ତିହୀନ ହେବା ଆଶା କରାଯାଏ। ବେଳେବେଳେ ଭୟାତୁର ହେବାର ସୂଚନା ମିଳୁଛି। ପ୍ରତ୍ୟେକ କ୍ଷେତ୍ରରେ ସାହସିକତାର ପରିଚୟ ଦେବେ। ସୁସ୍ଥ ରହିବେ।

- Advertisement -

ମିଥୁନ: ପ୍ରିୟ ଲୋକର ଦର୍ଶନ ଲାଭ କରି ଭାବବିହ୍ବଳ ହୋଇପାରନ୍ତି। ବୁଦ୍ଧି, ବିବେକ ସମ୍ପନ୍ନ ହେବେ। ବାକ୍ୟ ପଟୁତା ଆପଣଙ୍କୁ ଉଚ୍ଚ ସମ୍ମାନ ଦେଇପାରେ। ସର୍ବଦା ନିଜ ବନ୍ଧୁବାନ୍ଧବଙ୍କ ସ୍ବାର୍ଥରକ୍ଷାକାରୀ ହେବେ।

କର୍କଟ: ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ନିରୀହ ଲୋକମାନେ ଆପଣଙ୍କ ଉପରେ ନିର୍ଭରଶୀଳ ହେବେ। ଶାନ୍ତଶିଷ୍ଟ ସ୍ବଭାବସମ୍ପନ୍ନ ହେବେ। ଲୋକପୂଜ୍ୟ ହେବେ।

ସିଂହ: ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ଜଣେ ଉତ୍ତମ ବକ୍ତାଭାବେ ଜନମନ ତୋଷକାରୀ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ଜୀବନ ଜଞ୍ଜାଳମୟ ହେବ।

କନ୍ୟା: କୃଷି କ୍ଷେତ୍ରକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ପରିଶ୍ରମର ମୂଲ୍ୟ ମିଳିବ। ଯଦିଓ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟେ, ପରେ ସୁଧାର ଆସିବ।

ତୁଳା: ବୈଦିକ ଶାସ୍ତ୍ର ବିହିତ କର୍ମ କରି ଚଳିବାକୁ ପଡ଼ିବ। ନହେଲେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିର୍ଭୀକ ବ୍ୟକ୍ତିତ୍ବସମ୍ପନ୍ନ ହୋଇ ମଧ୍ୟ ବେଳେବେଳେ ଭୟାତୁର ହେବେ। ଜନସେବକ ହେବେ।

ବିଛା: ଦୈବ ହାତରେ ଭାଗ୍ୟ ଡୋରୀ ଛାଡ଼ିଦେଇ ନିଶ୍ଚିତରେ ରହିଲେ ଜୀବନଯାପନ କଷ୍ଟସାଧ୍ୟ ହେବ। ସାମାନ୍ୟ ଭୁଲ କରି ଯେପରି ପ୍ରଭାବହୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବେ।

ଧନୁ: ବହୁ ସୁଖର ଅଧିକାରୀ ହେବେ। ଦ୍ବିଜ, ଦେବତାମାନଙ୍କୁ ଆରାଧନା କରି ବର ପ୍ରାପ୍ତିର ସୂଚନା ମିଳୁଛି। ସାଧୁ ପ୍ରଦତ୍ତ ଆଶୀର୍ବାଦ ଆପଣଙ୍କ ପାଇଁ ଦୀର୍ଘାୟୁ ସମ୍ପନ୍ନ ହେବ। ସନ୍ତାନମାନଙ୍କର ପୂର୍ଣ୍ଣତା ପ୍ରାପ୍ତ ହେବେ।

ମକର: ଅକ୍ଷମଣୀୟ ଅପରାଧ ମାର୍ଗରୁ ବେଳହଁୁ ଓହରି ଆସିବା ବୁଦ୍ଧିମାନ୍‌ର କାର୍ଯ୍ୟ ହେବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସନ୍ତାନ କଷ୍ଟ ଭୋଗ କରିପାରନ୍ତି। ଦୁଃସମ୍ବାଦ ମିଳିପାରେ।

କୁମ୍ଭ: କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ସଦାସର୍ବଦା ବିନୟ ଭାବାପନ୍ନ ହେବେ। ଧୀର ବୁଦ୍ଧି, ସ୍ଥିର ଚିତ୍ତରେ କାର୍ଯ୍ୟ କରିବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବେ।

ମୀନ: ପତ୍ନୀଙ୍କ ବିରାଗ ଭାଜନ ହୋଇପାରନ୍ତି। ଜଠରାଗ୍ନିକୁ ଯଥାସମ୍ଭବ ନିର୍ବାପିତ କରିବାକୁ ଚେଷ୍ଟା କରିବେ। ଶରୀର ଶୁଷ୍କ ଓ ମ୍ଲାନ ଦେଖାଯାଇପାରେ। କୃତକର୍ମ ପାଇଁ ଅନୁତପ୍ତ ହୋଇପାରନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories