ସିମୁଳିଆ : ଦୁର୍ଘଟଣା ଘଟାଇଥିବା ଗାଡିକୁ ଉତ୍ୟକ୍ତ ଲୋକେ ଅଟକାଇ ପୋଲିସ ସମୁଖରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଚଳିତ ବର୍ଷ ଜାନୁଆରୀ ଅଠର ତାରିଖ ଦିନ ଚନ୍ଦ୍ରାପଡା କେନାଲ ଛକ ନିକଟରେ ଏକ ମଦ ମାଫିଆଙ୍କ ଚାରିଚକିଆ ଓ଼ମିନି ଗାଡି ଚନ୍ଦ୍ରପଡା ଅଞ୍ଚଳର ସନ୍ତୋଷ ମହାରଣା ଓ ଅଶୋକ ମହାରଣାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଦୁର୍ଘଟଣା ଗ୍ରସ୍ତ ଦୁଇ ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ସେହି ଗାଡିଟି ଆଜି ଅପରାହ୍ନ ସମୟରେ ଦ୍ରୁତ ବେଗରେ ଯିବା ସମୟରେ ପରିବାର ଲୋକେ ଏହି ଗାଡ଼ିଟିକୁ ଚିହ୍ନିପାରି ତାକୁ ପିଛା କରି ଅଟକାଇଥିଲେ । ସେଥିରେ ଗାଡିଚାଳକ ଗାଡ଼ିଟିକୁ ଛାଡ଼ି ଫେରାର ହୋଇଯାଇଥିବା ଜଣାଯାଇଛି । ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମାତ୍ର ସେଠାରେ ଥିବା ଉତ୍ୟକ୍ତ ଲୋକେ ଗାଡି ଭିତରେ ମଦ ଭର୍ତ୍ତି ଅଖାବୁରା ଦେଖିବା ପରେ ପୋଲିସ ସମ୍ମୁଖରେ ଗାଡ଼ିଟିକୁ ଭଙ୍ଗାରୁଜା କରିବା ସହ ଗାଡିକୁ ଓଲଟାଇ ଦେଇଥିଲେ ଦୁର୍ଘଟଣା ଘଟାଇଥିବା ଗାଡିକୁ ପୁଲିସ ଆଗରେ ଭାଙ୍ଗିଲେ ଉତ୍ୟକ୍ତ ଲୋକେ ପୋଲିସ ସେମାନଙ୍କୁ ବୁଝାସୁଝା କରି ଗାଡ଼ିଟିକୁ ଥାନାରେ ଅଟକ ରଖି ତଦନ୍ତ କରିବା ସହ ବାର ଶହରୁ ଉର୍ଦ୍ଧ୍ଵ ଦେଶୀ ମଦ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି ।
Popular Categories



