www.samajalive.in
Monday, December 8, 2025
20.1 C
Bhubaneswar

ଇମ୍ରାନଙ୍କୁ ଭାରତର କଡ଼ାଜବାବ; ଆତଙ୍କର କେନ୍ଦ୍ର ହେଉଛି ପାକିସ୍ତାନ

ନୂଆଦିଲ୍ଲୀ : ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମଙ୍ଗଳବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନ ଉପରେ ଭାରତ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପାକ୍‍ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ଆମେ ଅଶ୍ଚର୍ଯ୍ୟ ନୁହେଁ। ପାକିସ୍ତାନ ଏହି ଆକ୍ରମଣର ନିନ୍ଦା କରିବାକୁ ଠିକ୍‍ ମଣିନଥିଲା। ଏବେ ବୟାନ ଜାରି କରୁଛି। ପୁଲୱାମାରେ ଭାରତୀୟ ସୈନ୍ୟଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ଇମ୍ରାନ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ୱୀକାର କରିନାହାନ୍ତି। ଇମ୍ରାନ ଖାନ ଏହି ଆକ୍ରମଣ ନିନ୍ଦା କରିନାହାନ୍ତି କି ସହିଦ୍‍ ଯବାନଙ୍କ ପରିବାର ପ୍ରତି ସମବେଦନା ଜଣାଇନାହାନ୍ତି। ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲାବେଳେ ପାକ୍‍ ପ୍ରଧାନମନ୍ତ୍ରୀ ତାକୁ ଅଣଦେଖା କରିଦେଲେ। ପ୍ରମାଣ ଦିଏ, ତଦନ୍ତ କରିବୁ ହେଉଛି ପାକ୍‍ ପ୍ରଧାନମନ୍ତ୍ରୀଙ୍କ ଏକ ଘୋଷା କଥା। ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ପ୍ରମାଣ ଦିଆଯାଇଥିଲା, କିନ୍ତୁ ୧୦ ବର୍ଷ ହେଲା ମାମଲାର କିଛି ଅଗ୍ରଗତି ହୋଇନାହିଁ। ପଠାନକୋର୍ଟ ଆକ୍ରମଣ ଘଟଣାରେ ବି ପ୍ରମାଣ ଦିଆଯାଇଥିଲା, ହେଲେ ପାକିସ୍ତାନ କିଛି କଲାନାହିଁ। ପାକିସ୍ତାନର ମନ୍ତ୍ରୀମାନେ ଖୋଲାଖୋଲି ଭାବେ ଆତଙ୍କବାଦୀ ହାଫିଜ ସୟିଦ୍‍ ସହ ମଞ୍ଚ ବାଣ୍ଟୁଛନ୍ତି। ପାକିସ୍ତାନ ଏକ ଆତଙ୍କବାଦୀ ଦେଶ ଓ ଆତଙ୍କବାଦୀଙ୍କ କେନ୍ଦ୍ର। ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହି କଥା ଜାଣିଛନ୍ତି। ଭାରତର ଲୋକତନ୍ତ୍ର ବିଶ୍ୱ ପାଇଁ ଏକ ଉଦାହରଣ। ପାକିସ୍ତାନ ଏହି କଥାକୁ କେବେବି ବୁଝିପାରିବ ନାହିଁ। ପାକିସ୍ତାନ ବିଶ୍ୱ ସମୁଦାୟକୁ ମିଥ୍ୟା କହିବା ଓ ଭ୍ରମିତ କରିବା ବନ୍ଦ କରୁ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଦୋଷୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories