www.samajalive.in
Thursday, December 11, 2025
26.1 C
Bhubaneswar

‘‘କାଶ୍ମୀର ଆଘାତ ଦେଲା, ବେଙ୍ଗଲ ଡରାଇବ’’, ଆସିଲା ‘ଦି ବେଙ୍ଗଲ ଫାଇଲ୍ସ’ ଟିଜର

ସମାଜ ଡିଜିଟାଲ ଡେସ୍କ: ୨୦୨୨ରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ଆସିଥିଲା ‘ଦି କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର। ଏହା ଖୁବ୍ ଲୋକପ୍ରିୟତା ହାସଲ କରିଥିଲା ​​ଏବଂ ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା। ଏହାପରେ ନିର୍ଦ୍ଦେଶକ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦି ବେଙ୍ଗଲ ଫାଇଲ୍ସ’କୁ ନେଇ ଏବେ ଚର୍ଚ୍ଚାରେ, ଯାହାର ଟିଜର ଗୁରୁବାର ରିଲିଜ୍ ହୋଇଛି। ଟିଜର ଦେଖି ଲୋମ ଟାଙ୍କୁରି ଉଠିବ। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, କାଶ୍ମୀର ଆଘାତ ଦେଇଛି, ବେଙ୍ଗଲ ଡରାଇବ।

‘ଦି କାଶ୍ମୀର ଫାଇଲ୍ସ’ରେ ଘାଟିରୁ କାଶ୍ମୀର ହିନ୍ଦୁଙ୍କ ପଳାୟନର ଯନ୍ତ୍ରଣାକୁ ପରଦାରେ ଚିତ୍ରଣ କରିଥିଲେ। ଏହି ଫିଲ୍ମରେ ବେଙ୍ଗଲର ଚିତ୍ର ପ୍ରଦର୍ଶିତ କରାଯାଇଛି। ଫିଲ୍ମର ଷ୍ଟାରକାଷ୍ଟ ମଧ୍ୟ ‘ଦି କାଶ୍ମୀର ଫାଇଲ୍ସ’ ସହିତ ପ୍ରାୟ ସମାନ। ଟିଜରରେ ହୃଦୟ ବିଦାରକ ଦୃଶ୍ୟ ରହିଛି। ଏହି ଫିଲ୍ମରେ ଭାରତର ଅତୀତର କଳା ଅଧ୍ୟାୟକୁ ଦର୍ଶାଯିବ।

- Advertisement -

ବିବେକ ଅଗ୍ନିହୋତ୍ରୀଙ୍କ ଏହି ଚଳଚ୍ଚିତ୍ରର ନାମ ପ୍ରଥମେ ‘ଦି ଦିଲ୍ଲୀ ଫାଇଲ୍ସ’ ରଖାଯାଇଥିଲା, କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା। ଫିଲ୍ମଟି ଅଭିଷେକ ଅଗ୍ରୱାଲ ଏବଂ ପଲ୍ଲବୀ ଜୋଶୀଙ୍କ ପ୍ରଯୋଜନାରେ ନିର୍ମିତ। ଏଥିରେ ମିଥୁନ ଚକ୍ରବର୍ତ୍ତୀ, ଅନୁପମ ଖେର, ପଲ୍ଲବୀ ଜୋଶୀ ଓ ଦର୍ଶନ କୁମାର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୫ରେ ପରଦାକୁ ଆସିବ ‘ଦି ବେଙ୍ଗଲ ଫାଇଲ୍ସ’।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories