ଆରଡି : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭୋର ୪ଟାରେ ଦ୍ବାରଫିଟା ନୀତି ସହ ମଧ୍ଯାହ୍ନ ୨ଟା ସୁଧା ସମସ୍ତ ସକାଳ ଧୂପ(ନୀତିକାନ୍ତି) ସରିବା ପରେ ୫୧ଜଣ ସେବାୟତ ମନ୍ଦିର ଠାରୁ ୧କିମି ଦୂର ବୈତରଣୀନଦୀକୁ ଯାଇ ବୁଡ ପକାଇବା ସହ ୫୧ ଗୋଟି ପିତ୍ତଳ କଳସରେ ପାଣି ଉଠାଇ ବାବାଙ୍କ ପାଖରେ ପହଁଚିବା ପରେ ବ୍ରାହ୍ମଣଙ୍କ ବେଦପାଠରେ ଜଳକୁ ସୁବାସିତ କରାଯାଇ ବାବାଙ୍କୁ ମହାସ୍ନାନ କରାଯାଇଥିଲା। ପରେ ପାର୍ଶ୍ବ ଦେବାଦେବୀଙ୍କୁ ମହାସ୍ନାନ କରାଯାଇ ସଂଧ୍ଯାରେ ବାବାଙ୍କୁ ବଡସିଂହାର ବେଶରେ ସଜିତ କରାଯାଇ ଭକ୍ତଙ୍କ ଦର୍ଶନ ନିମନ୍ତେ ସାହଣମେଲା କରାଯାଇଥିଲା।
Popular Categories



