www.samajalive.in
Monday, December 8, 2025
17.1 C
Bhubaneswar

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ

ଆରଡି :  ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶା ପକ୍ଷରୁ ମଙ୍ଗଳବାର  ଆରଡିପୀଠ ସାହୁ କଲ୍ଯାଣ ମଣ୍ଡପରେ  ୨୦୨୪\୨୫ ବର୍ଷର ଦଶମଶ୍ରେଣୀରେ  କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ଅଭିନନ୍ଦନ ସଭା ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ସଂଘର ସଭାପତି ଗୌରାଙ୍ଗ ଚରଣ ମଲିକ ସଭାପତିତ୍ବରେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଶ ନାୟକ,  ମୁଖ୍ଯବକ୍ତା ତଥା ସଂଘର ସମ୍ପାଦକ ବବୃବାହାନ ଭୋଇ, ସମ୍ମାନୀୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଲଛମନ ନାୟକ, ଚିତ୍ତରଞନ ମହାନ୍ତି, ଶିକ୍ଷକ ମଙ୍ଗୁଳିଚରଣ ସେଠୀ, ସୁବୋଧ ଖୁଣ୍ଟିଆ, ପ୍ରଫୁଲ ଦାଶ,  ମଠଡିହ ନୋଡାଲ ଉଚ୍ଚ ବିଦ୍ଯାଳୟର ପ୍ରଧାନଶିକ୍ଷୟିତ୍ରୀ ବନିତା ପୃଷ୍ଟି, ଶିକ୍ଷୟିତ୍ରୀ ରାଜଶ୍ରୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନୀତିଶିକ୍ଷା ଉପରେ ଅଭିଭାଷଣ  ରଖିଥିଲେ।

ପରେ ଆରଡି ସମେତ ନାନ୍ଦପୁର, ଓଳଗ, ସୁନ୍ଦରପୁର ୪ଟି ପଞ୍ଚାୟତର ଚଳିତବର୍ଷ ଦଶମଶ୍ରେଣୀରେ ସର୍ବାଧିକ ନମ୍ବର ରଖି କୃତି ହାସଲ କରିଥିବା ୩୪ଜଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ସିଲ ପ୍ରଦାନ କରାଯିବା ସହ ଅଭିନନ୍ଦନ ଜଣାଯାଇଥିଲା। ତାହାସହ ଛାତ୍ରଛାତ୍ରୀମାନେ ଆଗାମୀ ଦିନର ନିଜର ଲକ୍ଷ୍ଯ ସାଧନା ପାଇଁ ଏହି ପୁରସ୍କାର ପ୍ରେରଣାର ଉତ୍ସ ହେବ ବୋଲି ସଂଘର ସମ୍ପାଦକ ବବୃବାହାନ ଭୋଇ କହିଛନ୍ତି। ଆଗାମୀଦିନରେ ଅନେକ ସାମାଜିକ କାର୍ଯ୍ଯ ପାଇଁ ସଂଘ ତତ୍ପର ହେବ ବୋଲି କହିଥିଲେ। ଉକ୍ତ  ସଭାରେ ସ୍ବାଧିନ ଦାସ,  ଭଗବାନ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ସହକାରୀ ଯନ୍ତ୍ରୀ

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories