www.samajalive.in
Friday, December 5, 2025
27.1 C
Bhubaneswar

ବୋଲେରୋ-ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ନେଡିପଦର ବୁଲାଣିପୋଲ ନିକଟରେ ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଯୁବକ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ଦିନ ୩ଟା ସମୟରେ ନିଜ ଗାଁ ବାନ୍ଦା ମାହାରୁ ଫିରିଙ୍ଗିଆ ଆଡକୁ ନିଜ ବାଇକରେ କୌଣସି କାମ ପାଇଁ ଆସୁଥିବା ବେଳେ ଫିରିଙ୍ଗିଆ ପଟୁ ଯାଉଥିବା ବୋଲେରୋ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲାା ଦୁର୍ଘଟଣା ଘଟିଥିବା କିଛି ଲୋକେ ଦେଖିବା ପରେ ଫିରିଙ୍ଗିଆ ଦମକଳବାହିନୀକୁ ଯୋଗାଯୋଗ କରିଥିଲେ, ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଆହତଙ୍କ ମଧ୍ୟରୁ ଗାଡି ଚାଳକକୁ ଫିରିଙ୍ଗିଆ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲୋ ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମୃତ ଯୁବକ ଜଣକ ପବିଙ୍ଗିଆ ପଞ୍ଚାୟତ ବାନ୍ଦା ମାହା ଗ୍ରାମର ପ୍ରତାପ ମଲିକ ଏବଂ ଅନ୍ୟ ଜଣେ ସେହି ପବିଙ୍ଗିଆ ପଞ୍ଚାୟତ ସାଇତିଙ୍ଗିଆ ଗାଁର ଲବ ମୁଖି ବୋଲି ଜଣାପଡିଛି। ଫିରିଙ୍ଗିଆ ବଜାରକୁ କୌଣସି କାମରେ ଆସି ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories