ଇସଲାମାବାଦ : ପାକିସ୍ତାନ ବିଦେଶ ମନ୍ତ୍ରାଳୟର ୱେବସାଇଟ୍ ରବିବାର ହ୍ୟାକ ହୋଇଯାଇଛି। ମନ୍ତ୍ରାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମୋହମ୍ମଦ ଫୈଜଲଙ୍କ କହିବା ଅନୁସାରେ ପାକିସ୍ତାନ ବାହାର ଦେଶଗୁଡ଼ିକରେ ମନ୍ତ୍ରାଳୟର ଅଫିସିଆଲ ୱେବସାଇଟ୍ ଖୋଲି ହେଉନି। ଭାରତ ଦ୍ୱାରା ଏହି ହ୍ୟାକିଂ ହୋଇଥିବା ସନ୍ଦେହ କରାଯାଉଛି। ପାକିସ୍ତାନ ଆଇଟି ବିଶେଷଜ୍ଞ ଦଳ ୱେବସାଇଟକୁ ଖୋଲିବାକୁ ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି। ଅଷ୍ଟ୍ରେଲିଆ, ସାଉଦିଆରବ, ବ୍ରିଟେନ ଏବଂ ନେଦରଲ୍ୟାଣ୍ଡରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ୱେବସାଇଟ ଖୋଲି ହେଉନି। ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ୩ ଦିନ ପରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟର ୱେବସାଇଟ୍ ହ୍ୟାକ ହେବାର ଖବର ଆସିଛି। ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।
Popular Categories



