www.samajalive.in
Wednesday, December 10, 2025
26.1 C
Bhubaneswar

ଦର୍ଶକଙ୍କୁ ଆକର୍ଷିତ କରୁଛି ଜୀ ସାର୍ଥକରେ ‘ରଜ କୁଇନ୍ ୨୦୨୫’ର ଗାଲା ରାଉଣ୍ଡ 

ଭୁବନେଶ୍ବର : ଓଡିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦ ଓ ଓଡିଆ ପର୍ବ ସମୂହକୁ ଗୁରୁତ୍ବ ଦେଇ ଆସୁଛି। ସେହିପରି ରଜ ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି। ବିଗତ ୧୩ ବର୍ଷ ଧରି ଏହି ସୋ ଓଡିଶାର ୧ ନମ୍ବର ରିଆଲିଟି ସୋ ଭାବରେ ପରିଚିତ। ଯେଉଁଥିପାଇଁ ଜୀ ସାର୍ଥକ ପାଇଛି ଅଗଣିତ  ଅଶେଷ ଭଲପାଇବା ।

ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ପ୍ରତିବର୍ଷ ପରି ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋରେ ଭାଗ ନେଇ ଅଡିସନ ରାଉଣ୍ଡରୁ ଆଗକୁ ଆସି ଗାଲା ରାଉଣ୍ଡରେ ପହଂଚିଛନ୍ତି । ତେବେ ଚଳିତ ବର୍ଷ ‘ରଜ କୁଇନ୍’ର ଗାଲା ରାଉଣ୍ଡରେ ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ଭାବେ ଏକ ଭିର୍ନ୍ନ ଓ ଆକର୍ଷଣୀୟ ପର୍ଯ୍ୟାୟ ମାଧ୍ୟମରେ ଆଗକୁ ବଢିବେ। ସବୁ ପର୍ଯ୍ୟାୟରେ ନିଜର ଚତୁରତା, ବୁଦ୍ଧିମତା ଓ କୌଶଳର ପରିଚୟ ଦେଖାଇ ପ୍ରତିଯୋଗୀ ମାନେ ଜଜ୍ ମାନଙ୍କୁ ଆକର୍ଷିତ କରିବା ସହ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ ହେବେ । ପ୍ରତିଯୋଗୀ ମାନେ ଏକ ଏତିହ୍ୟ ଯାତ୍ରାରେ ଓଡ଼ିଶାର ବିଭିର୍ନ୍ନ ଏତିହ୍ୟ ସ୍ଥଳୀ ପରିଦର୍ଶନ କରିବା ସହ ନିଜର ସାହସିକ କୌଶଳ ମାଧ୍ୟମରେ ଓ ପଥପ୍ରାନ୍ତ ନାଟକ ଦ୍ୱାରା ଆଗ ପର୍ଯ୍ୟାୟକୁ ବଢିବେ। ଦର୍ଶକମାନେ ସବୁ ରାଉଣ୍ଡରେ ଭରପୁର ମନୋରଞ୍ଜନ ପାଇବା ସହ ନିଜ ନିଜ ପସନ୍ଦିତ ପ୍ରତିଯୋଗୀ ମାନଙ୍କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ ।

- Advertisement -

ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ବାଛି ସାରିଛନ୍ତି ତାଙ୍କର ନିଜର ନିଜର ଟିମ୍ । ଗାଲାରାଉଣ୍ଡରେ ପ୍ରତିଯୋଗିତା ଆହୁରି ଦମଦାର ହେବ କାରଣ ପ୍ରତିଯୋଗୀମାନେ ନିଜ ମେଣ୍ଟରଙ୍କ ସହାୟତାରେ ନିଜର ବେଷ୍ଟ ଦେବା ପାଇଁ ସମସ୍ତ ଚେଷ୍ଟା କରିବେ। ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିଛନ୍ତି ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର, ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର। ଏଥର ଦେଖିବାର ଅଛି, ସେମାନେ କାହାର ପରଫରମାନ୍ସ ଆକର୍ଷିତ ହୋଇ କାହାକୁ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ କରିବେ ।

ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ‘ରଜ କୁଇନ୍’ ଏବର୍ଷ କିଛି ଅଲଗା ହେବା ସହ ସବୁ ଏପିସୋଡ ହେବ ଅନନ୍ୟ । ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍ ? ଜାଣିବାକୁ ଦେଖନ୍ତୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’ ।

୫୦୦ ବର୍ଷ ପରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ପାଇଁ ଆସିଗଲା ସବୁଠାରୁ ଶୁଭ ସମୟ, ଧନର ହେବ ବର୍ଷା, ହେବ ବିବାହ, କିଣିବେ ଘର,ଗାଡି..

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories