ଗୁଣୁପୁର: ଶତାୟୁ ନୌପଡା-ଗୁଣୁପୁର ରେଳପଥରେ ଯାତାୟତ କରୁଥିବା ୪ଟି ରେଳର ସମୟ ଆସନ୍ତା ଜୁନ ପହିଲା ରୁ ପରିବର୍ତ୍ତନ କରାଯିବା ନେଇ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁଣୁପୁର-ପୁରୀ ଟ୍ରେନ ଗୁଣୁପୁରରୁ ସକାଳ ୫.୩୦ରେ ବାହାରି ପୁରୀରେ ୩ଟା ୫ରେ ପହଞ୍ଚିବ। ସେହିଭଳି ପୁରୀରୁ ମଧ୍ୟାହ୍ନ ୧୨ ଟାରେ ବାହାରି ରାତ୍ରି ୮.୨୫ ରେ ଗୁଣୁପୁରରେ ପହଞ୍ଚିବ। ରାଜ୍ୟରାଣୀ ଏକ୍ସପ୍ରେସ ଗୁଣୁପୁରରେ ଦିନ ୧.୨୫ରେ ପହଞ୍ଚିବ ଓ ଗୁଣୁପୁରରୁ ଅପରାହ୍ନ ୪ଟାରେ ରାଉରକେଲା ଅଭିମୁଖେ ବାହାରିବ। କଟକ-ଗୁଣୁପୁର ମେମୁ ଗୁଣୁପୁରରୁ ଭୋର ୩ ଟାରେ ବାହାରି କଟକ ରେ ଦିନ ୧୧.୨୦ରେ ପହଞ୍ଚିବ। କଟକରୁ ସନ୍ଧ୍ୟା ୫.୧୫ରେ ବାହାରି ଗୁଣୁପୁରରେ ଭୋର ୨ ଟାରେ ପହଞ୍ଚିବ। ବିଶାଖାପାଟଣା-ଗୁଣୁପୁର ଟ୍ରେନ ଗୁଣୁପୁରରୁ ଦିନ ୨.୩୦ରେ ବାହାରି ରାତି ୯ ଟାରେ ବିଶାଖାପାଟଣାରେ ପହଞ୍ଚିବ। ବିଶାଖାପାଟଣାରୁ ସକାଳ ୫.୩୦ରେ ବାହାରି ଗୁଣୁପୁରରେ ମଧ୍ୟାହ୍ନ ୧୨ଟାରେ ପହଞ୍ଚିବ ବୋଲି ରେଳବାଇ ବିଜ୍ଞପ୍ତି ପ୍ରକାଶ ପାଇଛି।
Popular Categories



