www.samajalive.in
Friday, December 5, 2025
27.1 C
Bhubaneswar

ଭିଡିଓ ଦେଖିଲେ ଭୟ ଲାଗିବ; ଜନବସତିରେ ପଶି କୁକୁରକୁ ଟାଣି ନେଲା ବାଘ, ବଞ୍ଚିଗଲେ ସିକ୍ୟୁରିଟି ଗାର୍ଡ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚମୋଲୀ ଜିଲାର ଗୌଚର ଅଞ୍ଚଳରେ ସିସିଟିଭି ଫୁଟେଜ୍‌ରେ ଏକ ଆଶ୍ଚର୍ଯ୍ୟ ଓ ଭୟଭୀତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ କଲରାପତରିଆ ବାଘ ରାତି ସମୟରେ ସହରର ଜନବସତି ଅଞ୍ଚଳକୁ ପ୍ରବେଶ କରି ଏକ କ୍ୟାମ୍ପ ସାମ୍ନାରୁ କୁକୁରକୁ ଟାଣି ନେଇ ଜଙ୍ଗଲ ଭିତରକୁ ପଳାଇଛି । ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ଏହାର ଫୁଟେଜ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଘଟଣା ଡିବିଏଲ କ୍ୟାମ୍ପ କାର୍ଯ୍ୟାଳୟର ନିକଟରେ ଘଟିଛି । ଏଠାରେ ଜଣେ ସୁରକ୍ଷା ଗାର୍ଡ ଡ୍ୟୁଟି କରୁଥିବା ସମୟରେ ନିକଟରେ ଶୋଇଥିବା କୁକୁର ଉପରେ କଲରାପତରିଆ ବାଘ ଆକ୍ରମଣ କରିଥିଲା । ସୌଭାଗ୍ୟବଶତଃ ସେଠାରେ ଥିବା ସୁରକ୍ଷାଗାର୍ଡଙ୍କ ଉପରେ ବାଘ ଆକ୍ରମଣ କରିନଥିବା ଦେଖାଯାଉଛି ।
ଭିଡିଓରେ ଦେଖିପାରିବେ ବାଘଟି ଧିରେ ଧିରେ ଆସି କିଛି କ୍ଷଣ ମଧ୍ୟରେ କୁକୁରକୁ ଟାଣି ନେଇ ସେଠାରୁ ପଳାଉଛି । ସେଠାରେ ଅନ୍ୟ କୁକୁରମାନେ ଥିବା ଦେଖାଯାଉଛି । ବାଘକୁ ଦେଖି ଅନ୍ୟ କୁକୁରମାନେ ସେଠାରୁ ପଳାଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, କିଛି ଦିନ ହେବ ଜଙ୍ଗଲରୁ ବାଘ, ଜଙ୍ଗଲୀ ଜନ୍ତୁ ଜନବସତି ଆଡକୁ ପଳାଇଆସୁଥିବାରୁ ଭୟର ବାତାବରଣ ରହିଛି । ଭିଡିଓ ଭାଇରାଲ୍‌ ହେବା ପରେ ବନ ବିଭାଗ ଓ ପ୍ରଶାସନ ସଜାଗ ରହିଛି ।
ଏହା ପୂର୍ବରୁ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ବାଘ ଏଭଳି ଆକ୍ରମଣ କରି ଗୃହ ପାଳିତ ପଶୁକୁ ନିଜର ଶିକାର କରିଛି । ହରିଦ୍ୱାରରେ ନିକଟରେ ବାଘ ଏକ ପୋଷା କୁକୁରକୁ ଶିକାର କରିବାକୁୁ ଚେଷ୍ଟା କରିଥିଲା । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୫୦୦ ବର୍ଷ ପରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ପାଇଁ ଆସିଗଲା ସବୁଠାରୁ ଶୁଭ ସମୟ, ଧନର ହେବ ବର୍ଷା, ହେବ ବିବାହ, କିଣିବେ ଘର,ଗାଡି..

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories