www.samajalive.in
Sunday, December 7, 2025
15.1 C
Bhubaneswar

ଖଣି ଦୁର୍ନୀତି; ଏସଆଇଟି ତଦନ୍ତ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ସୁନ୍ଦରଗଡ ଖଣି ଦୁର୍ନୀତିର ହେବ ପର୍ଦ୍ଦାଫାସ । ଏନେଇ ସୁନ୍ଦରଗଡରେ ଭିଜିଲାନ୍ସ ଏସଆଇଟି ଟିମ୍‍ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି । ଗୋପାଳପୁର ଫରେଷ୍ଟ ରେଞ୍ଜର ବିଭିନ୍ନ ଖଣିରେ ଯାଞ୍ଚ କରିବା ସହ ତେଲନଡିହି, ରତନସରା, ଜାମକାନି ଜଙ୍ଗଲରେ ତଦନ୍ତ ଆରମ୍ଭ କରିଛି ଏସଆଇଟି ।
ସୂଚନା ଅନୁସାରେ ସୁନ୍ଦରଗଡ ଖଣି ଚୋରି ଘଟଣାରେ ଭିଜିଲାନ୍ସ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡା ନିର୍ଦେଶ ଦେଇଥିଲେ । ଖଣି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ବିଭୂତି ଜେନା କହିଥିଲେ । ସୁନ୍ଦରଗଡ ହେମଗିରିରୁ ୨୨ଟି ଖଣିରୁ ପ୍ରାୟ ୯୮୪୩ମେଟ୍ରିକ୍‍ ଟନ୍‍ ଖଣି ଉତ୍ତୋଳନ ହୋଇଛି । ୨କୋଟିରୁ ଅଧିକ ଟଙ୍କାର ଖଣି ଚୋରି ହୋଇଛି । ଖଣି ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ରହିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories