www.samajalive.in
Tuesday, December 9, 2025
16.1 C
Bhubaneswar

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା ! ବିମାନରୁ ଓହ୍ଲାଇବା ସମୟରେ କ୍ୟାମେରାରେ କଏଦ ହେଲା ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ଆଶ୍ଚର୍ଯ୍ୟ ଲାଗୁଥିବ। ଜଣେ ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମରାଯିବା ସହଜ କଥା ନୁହେଁ। ମନରେ ପ୍ରଶ୍ନ ଆସୁଥିବ ଯେ, କାହାକୁ ମିଳିଲା ଏପରି ଅଧିକାର ? ଯିଏ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଲା। ମାତ୍ର ଘଟଣାଟି ସତ୍ୟ। ଚାପୁଡ଼ା ମାରିଥିବା ବ୍ୟକ୍ତି ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ମାକ୍ରନଙ୍କ ପତ୍ନୀ ବ୍ରିଜିଟ ମାକ୍ରନ।

ତେବେ ବ୍ରିଜିଟ ମଜାଳିଆ ଢଙ୍ଗରେ ଚାପୁଡ଼ା ମାରିଥିବା ଅନୁମାନ କରାଯାଉଛି। କିନ୍ତୁ ମାକ୍ରନଙ୍କୁ ତାହା କିଛି ସମୟ ପାଇଁ ଅଡୁଆ ପରିସ୍ଥିତିରେ ପକାଇ ଦେଇଥିଲା। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

- Advertisement -

ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ରବିବାର ଭିଏତନାମ ଗସ୍ତରେ ଯାଇ ରାଜଧାନୀ ହନୋଇରେ ପହଞ୍ଚିଥିଲେ। ତାଙ୍କ ସାଥୀରେ ଥିଲେ ପତ୍ନୀ ବ୍ରିଜିଟ। ବିମାନରୁ ଓହ୍ଲାଇବା ସମୟରେ ବ୍ରିଜିଟ ଏମାନୁଏଲ ମାକ୍ରନଙ୍କୁ ଦୁଇ ହାତରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ସେହି ସମୟ​‌ରେ ବ୍ରିଜିଟଙ୍କ ମୁହଁ ବାହାରକୁ ଦେଖାଯାଇ ନ ଥିଲା। କିଛି ସମୟ ପରେ ବ୍ରିଜିଟ ବାହାରକୁ ବାହାରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

ବ୍ରିଜିଟଙ୍କ ଚାପୁଡ଼ା ପରେ ମାକ୍ରନ କିଛି ସମୟ ପାଇଁ ଅସହଜ ଅନୁଭବ କରିଥିଲେ। କିନ୍ତୁ ପରେ ନିଜକୁ ସଜାଡ଼ି ବିମାନ ଭିତରୁ ବାହାରକୁ ଆସିଥିଲେ। ତେବେ ଏହି ଚାପୁଡ଼ାକୁ ନେଇ ଅନେକ କିଛି ପ୍ରଶ୍ନ ଉଠୁଥାଇପାରେ। କିନ୍ତୁ ମାକ୍ରନଙ୍କ ପ୍ରତି ଏହା ବ୍ରିଜିଟଙ୍କ ଭଲପାଇବା ବୋଲି କୁହାଯାଉଛି। ଉଭୟେ ସ୍ଵାମୀ-ସ୍ତ୍ରୀ ହୋଇଥିବାରୁ ବ୍ରିଜିଟ ଥଟ୍ଟାମଜାରେ ଏପରି କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories