www.samajalive.in
Monday, December 8, 2025
27.1 C
Bhubaneswar

ଜମ୍ମୁରେ ଉତ୍ତେଜନା ଜାରି: ୨ୟ ଦିନ ପାଇଁ କର୍ଫ୍ୟୁ ବଳବତ୍ତର

ଜମ୍ମୁ: ପୁଲୱାମା ଆକ୍ରମଣ ଘଟଣାକୁ ବିରୋଧ କରି ଜମ୍ମୁ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସା ସୃଷ୍ଟି ହୋଇଛି। ସହରରେ ଉତ୍ତେଜନାମୂକଳ ପରିସ୍ଥିତି ଲାଗିରହିଛି। ଫଳରେ ଶନିବାର ୨ୟ ଦିନ ପାଇଁ ଜମ୍ମୁରେ କର୍ଫ୍ୟୁ ଜାରି ବଳବତ୍ତର ରହିଛି। ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ବେଳେ ବିକ୍ଷୋଭକାରୀମାନେ ଢେଲାପଥର ମାଡ଼ କରୁଛନ୍ତି। ସେମାନଙ୍କୁ ଘଉଡ଼ାଇବା ଲାଗି ପୁଲିସ ପକ୍ଷରୁ ଲାଠି ଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏଥିସହ ରାସ୍ତାଘାଟରେ ପୁଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ କରାଯାଉଛି। ଜମ୍ମୁ ଡେପୁଟି କମିଶନର ରମେଶ କୁମାର କହିଛନ୍ତି, ୧୦ଟି ଥାନା ଅଞ୍ଚଳରେ ଏହି କର୍ଫ୍ୟୁ ଜାରି କରାଯାଇଛି। ଗୁଜ୍ଜର ନଗରରେ ସେନା ଫ୍ଲାଗମାର୍ଚ୍ଚ କରିବା ଲାଗି କୁହାଯାଇଛି। କର୍ଫ୍ୟୁ କୋହଳ କରାଯିବ କି ସମ୍ପୂର୍ଣ୍ଣ ଉଠାଇ ଦିଆଯିବ ସେନେଇ ଅପରାହ୍ନରେ ପରିସ୍ଥିତି ଅନୁଧ୍ୟାନ କରାଯିବା ପରେ ନିଷ୍ପତ୍ତି ହେବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories