www.samajalive.in
Monday, December 8, 2025
27.1 C
Bhubaneswar

ନିର୍ମମ ହତ୍ୟାକାଣ୍ଡ ; ପ୍ରେମ ପାଇଁ ସ୍ୱାମୀଙ୍କୁ ୬ ଖଣ୍ଡ କଲେ ସ୍ତ୍ରୀ

ନୂଆଦିଲ୍ଲୀ : ପରକୀୟା ପ୍ରିତି କାରଣରୁ ଅନେକ ହତ୍ୟାକାଣ୍ଡ ଘଟିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ନିକଟରେ ଉତ୍ତରପ୍ରଦେଶରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟଣା ହଇଚଇ ସୃଷ୍ଟି କରିଛି । ପ୍ରେମ ପାଇଁ ଜଣେ ୫୦ ବର୍ଷୀୟ ମହିଳା ନିଜ ସ୍ୱାମୀକୁ ହତ୍ୟା କରି ତାଙ୍କ ମୃତଦେହକୁ ୬ ଖଣ୍ଡ କରି ନଦୀ କୂଳରେ ଫିଙ୍ଗିଦେଇଥିଲେ । ଏହି ହତ୍ୟାକାଣ୍ଡରେ ମହିଳାଙ୍କ ପ୍ରେମୀ ତାଙ୍କୁ ସହଯୋଗ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ପରେ ପୁଲିସ ମହିଳା ଓ ତାଙ୍କ ପ୍ରେମୀକୁ ଗିରଫ ତଦନ୍ତ କରୁଛି । ଏହି ଘଟଣାରେ ଅନ୍ୟ ୨ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।
ଅଭିଯୁକ୍ତ ମହିଳା ଜଣକ ବଲିୟା ଥାନା କୋତବାଲୀ କ୍ଷେତ୍ର ଅର୍ନ୍ତଗତ ବହାଦୁରପୁରର ବାସିନ୍ଦା । ମହିଳା ଜଣକ ନିଜ ସ୍ୱାମୀଙ୍କୁ ୬ ଖଣ୍ଡ କରିବା ପରେ ସିକନ୍ଦରପୁର ଥାନା ଅନ୍ତର୍ଗତ ଖରୀଦ ଗାଁର ଘାଘରା ନଦୀ କୂଳରେ ଫିଙ୍ଗିଥିଲେ । ପୁଲିସ କହିଛି ଯେ, ମହିଳା ମାୟା ଦେବୀ, ତାଙ୍କ ପ୍ରେମୀ ଅନୀଲ ଯାଦବ ଓ ପ୍ରେମୀଙ୍କ ୨ ସାଙ୍ଗ ସତୀଶ ଓ ମିଥିଲେଶକୁ ଗିରଫ କରାଯାଇଛି । ମେ’ ୧୨ ତାରିଖରେ ମୃତଦେହର ଅଂଶ ମିଳିବା ପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

ପୁଣି ଝଟକା; ବଢିଲା ସୁନା ଦାମ୍‌

ଦେଖନ୍ତୁ ଭିଡିଓ ; ଅଧା ଖାଇବା ପରେ ମହିଳାଙ୍କ ଆଇସ୍‌କ୍ରିମ୍‌ରୁ ବାହାରିଲା ଝିଟିପିଟି ଲାଞ୍ଜ, ଆଉ ତା’ପରେ..

- Advertisement -

ଜୁନ୍‌ ମାସରେ ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର: ଏମାନେ ହେବେ ମାଲାମାଲ୍‌, ହେବ ବିବାହ..

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories