ପାଟଣା : ଗୁରୁବାର ରାତି ଭୋର୍ ସାଢ଼େ ୪ଟାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ କେନ୍ଦୁଝର ଡିଏଫଓ ଏଚ୍ ଡି ଧନରାଜଙ୍କ ତତ୍ବାବଧାନରେ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ବନ ବିଭାଗ ଏକ ବଡ ଧରଣର ଚଢ଼ାଉ କରିଛି । ଚଢ଼ାଉ ସମୟରେ ୩ଜଣ ଲୋକଙ୍କ ୭ଟି ଘର ଭିତରେ ଗଚ୍ଛିତ ଥିବା ୧୪ ଟି ଟ୍ରାକ୍ଟର ଭର୍ତ୍ତି ୬୦୦ ସିଫ୍ଟ୍ କାଠ ଜବତ କରାଯାଇଛି । ତେବେ ଏହି ସାନ୍ତରାପୁର ଗ୍ରାମକୁ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକ ବାର ବନ ବିଭାଗ ଚଢ଼ାଉ କରି ବିଫଳ ହେଉଥିଲା । କିନ୍ତୁ ଆଜି ବନ ବିଭାଗକୁ ବଡ ଧରଣର ସଫଳତା ମିଳିଛି । ଚଢାଉରେ ୪ ଜଣ ରେଞ୍ଜର , ୨ଜଣ ଏସିଏଫ, ୬୦ ଜଣ ସୁରକ୍ଷା କର୍ମୀ , ୪୦ ଜଣ ପୁଲିସ , ୩୦ ଜଣ ବନ କର୍ମଚାରୀ ସାମିଲ ଥିଲେ । ଜବତ କାଠ ଗୁଡ଼ିକୁ ବନ ବିଭାଗ ଘଟଗାଁ ଡିପୋକୁ ନିଆଯାଇଛି। ଜବତ କାଠ ମଧ୍ୟରେ ଶାଳ , ପିଆଶାଳ ,ଶାଗୁଆନ ଓ ଗମ୍ଭାରୀ କାଠ ଥିବା ଜଣାପଡିଛି। ଭୋର ସାଢେ ୪ଟା ରୁ ସାଢ଼େ ୧୧ ଟା ଯାଏଁ ଏହି ଚଢାଉ ହୋଇଥିଲା।
Popular Categories



