ନୂଆଦିଲ୍ଲୀ : ଫ୍ରାନ୍ସର କାର୍ ନିର୍ମାତା କମ୍ପାନୀ ସିଟ୍ରୋନ୍ ଇଣ୍ଡିଆ ନିଜ ଲୋକପ୍ରିୟ ହାଚବ୍ୟାକକୁ ସିଏନଜି ଭାରିଆଣ୍ଟରେ ନେଇଆସିଛି । କମ୍ପାନୀ ସିଟ୍ରୋନ୍ ସିଥ୍ରୀକୁ ସିଏନଜି ରେଟ୍ରୋଫିଟମେଣ୍ଟ ସହିତ ଲଞ୍ଚ୍ କରିଦେଇଛି । ଏଣିକି ସିଏନଜି କାର୍ କ୍ରୟ କରିବାକୁ ଯୋଜନା ରଖୁଥିବା ଗ୍ରାହକଙ୍କ ପାଖରେ ଆଉ ଏକ ବିକଳ୍ପ ଯୋଡିହୋଇଯାଇଛି । ସିଟ୍ରୋନର ପୋର୍ଟଫୋଲିଓରେ ୩-୪ କାର୍ ରହିଛି ଯେଉଁଥିରେ ଏକ ହାଚବ୍ୟାକକୁ କମ୍ପାନୀ ସିଏନଜି ଭାରିଆଣ୍ଟ ସହିତ ଲଞ୍ଚ୍ କରିଛି । ସିଥ୍ରୀ ସିଏନଜି କମ୍ପାନୀର ସମସ୍ତ ଡିଲରସିପରେ ସାର୍ଟିଫାଇଡ୍ ରେଟ୍ରୋଫିଟମେଣ୍ଟ ପ୍ରୋଗ୍ରାମ ସହିତ ମିଳିବ ।
ସିଟ୍ରୋନ୍ ସିଥ୍ରୀ ସିଏନଜିକୁ ସେହି ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ କମ୍ ରନିଂ କଷ୍ଟରେ ଅଧିକ ଦୂର ଯାତ୍ରା କରିବାକୁ ଚାହୁଁଛନ୍ତି । ଏହା ଗାଡି ଏକ କେଜି ସିଏନଜିରେ ୨୮ କିଲୋମିଟର ମାଇଲେଜ୍ ପ୍ରଦାନ କରିବ ବୋଲି କମ୍ପାନୀ ଦାବି କରୁଛି । କାରରେ ଫ୍ୟାକ୍ଟ୍ରି ଫିଟେଡ୍ ସିଏନଜି କିଟ୍ ଆସିଥାଏ । ଏଥିରେ ୧.୨ ଲିଟରର ଇଞ୍ଜିନ ଦିଆଯାଇଛି ।
କାରରେ ୩ ବର୍ଷ କିମ୍ବା ୧ ଲକ୍ଷ କିଲୋମିଟରର ଓ୍ବାରେଣ୍ଟି ମିଳୁଛି । କମ୍ପାନୀର ସୂଚନା ଅନୁସାରେ ସିଏନଜି କିଟ୍ ପାଇଁ ୯୩ ହଜାର ଟଙ୍କା ପୈଠ କରିବାକୁ ହେବ । ଏହି କାର୍ ପ୍ରଥମେ ପ୍ରି ଡେଲିଭରୀ ଇନ୍ସପେକ୍ସନ ଦେଇ ଗତିକରିଥାଏ । ଏଥିରେ ସିଲିଣ୍ଡର ଇଣ୍ଟିଗ୍ରିଟି, ଲିକ୍ ଡିଟେକ୍ସନ, ପ୍ରେଶର ରେଗୁଲେସନ ଓ ସିମଲେସ୍ ଫ୍ୟୁଲ ସ୍ବିଚିଂ ସାମିଲ । ଯାହା ଫଳରେ କାରର ସେଫ୍ଟି ଓ ଏମିଶନ ନିୟମରେ କୌଣସି ଚୁକ୍ତି ହେବନି ।



