www.samajalive.in
Monday, December 8, 2025
27.1 C
Bhubaneswar

ଆମେ ସରକାର ଏବଂ ଯବାନଙ୍କ ସହ ଅଛୁ, ଆମକୁ କେହି ଭାଗ ଭାଗ କରିପାରିବେନି: ରାହୁଲ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଠାରେ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ଭାରତକୁ ଭାଗ ଭାଗ କରିବା ହେଉଛି ଆତଙ୍କବାଦର ଉଦ୍ଦେଶ୍ୟ। କିନ୍ତୁ କେହି ଏହି ଦେଶକୁ ଭାଗ ଭାଗ କରିପାରିବେ ନାହିଁ। କଂଗ୍ରେସ ସହ ସମସ୍ତ ବିରୋଧୀ ଦଳ ସରକାର ଏବଂ ଯବାନମାନଙ୍କ ସହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକ୍ରମଣ ଘଟଣାକୁ ନେଇ କୌଣସି ଦଳ ରାଜନୀତି ନ କରନ୍ତୁ ବୋଲି କହିବା ପରେ ରାହୁଲ ଏହି ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ କହିଛନ୍ତି, ଏହା ହେଉଛି ଶୋକ ଏବଂ ଦୁଃଖର ସମୟ। ଏହି ସମୟରେ ଶହୀଦ ହୋଇଥିବା ଏବଂ ଆହତ ହୋଇଥିବା ଯବାନମାନଙ୍କ ପରିବାର ସହିତ ଛିଡ଼ା ହେବା ଉଚିତ। ଏ ସମୟରେ ଅନ୍ୟ କୌଣସି ପ୍ରସଙ୍ଗରେ ଦଳ ଆଲୋଚନା କରିବ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଲାଗି​‌ ଦେଶ ଏକ ରହିଛି। ଆତଙ୍କବାଦ ଦେଶ ଏବଂ ଦେଶବାସୀଙ୍କ ପାଇଁ ଅନେକ ମହାବିପତ୍ତି ଆଣିଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories