ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନ ଅପରେସନ ‘ସିନ୍ଦୂର’ର ପ୍ରତିଆକ୍ରମଣ କରିବା ପରେ ଭାରତ ପକ୍ଷରୁ ଗୁରୁବାର ରାତି ସାରା ପାକ୍ର ଏକାଧିକ ସହର ଉପରେ ଘନ ଘନ ଆକ୍ରମଣ କରାଯାଇଥିଲା। ରାଜଧାନୀ ଇସଲାମାବାଦ ସମେତ ଲାହୋର, ରାଓଲପିଣ୍ଡି, ପେଶାଓ୍ବର, କରାଚୀ ବନ୍ଦର ସମେତ ଅନ୍ୟ କେତେକ ପ୍ରମୁଖ ସ୍ଥାନରେ ଭାରତ ଆକ୍ରମଣ କରିଥିଲା। ଶୁକ୍ରବାର ପରିସ୍ଥିତିକୁ ସମୀକ୍ଷା କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ପ୍ରତିରକ୍ଷା ମନ୍ତ୍ରୀ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଅନିଲ ଚୌହ୍ବାନ ଏବଂ ୩ ସେନାର ମୁଖିଆମାନଙ୍କ ସହିତ ଆଲୋଚନା କରୁଛନ୍ତି। ପାକିସ୍ତାନ ପୁନର୍ବାର ପ୍ରତିଆକ୍ରମଣ କଲେ ଭାରତର ରଣନୀତି କ’ଣ ରହିବ ସେ ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।



