ବିଜାପୁର: ପହଲଗାଓଁ ଆକ୍ରମଣର ପ୍ରତିଶୋଧପୂର୍ବରୁ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଛି ଭାରତ, ଯାହାର ନାମ ‘ଅପରେସନ ସିନ୍ଦୂର’ ଦିଆଯାଇଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ପୁଣି ନକ୍ସଲବାଦ ଉପରେ ବଡ଼ ପ୍ରହାର ହୋଇଛି। ଛତିଶଗଡ଼ ବିଜାପୁର ଜିଲାର କରେଗୁଟ୍ଟାର ବିଶାଳ ଏବଂ ଦୁର୍ଗମ ପାହାଡ଼ରେ ଗତ ଦୁଇ ସପ୍ତାହ ଧରି ସୁରକ୍ଷା ବାହିନୀ ବଡ଼ ଧରଣର ନକ୍ସଲ ବିରୋଧୀ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନରେ ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ ଧରଣର ଗୁଳି ବିନିମୟ ଘଟିଛି, ଯେଉଁଥିରେ ୧୮ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି। ନିହତ ମାଓବାଦୀଙ୍କ ସଂଖ୍ୟା ବଢ଼ିପାରେ। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
ଏହି ଅପରେସନ୍ ଗତ ୧୫ ଦିନ ଧରି ଲଗାତର ଜାରି ରହିଛି। ଏଥିରେ ଅନେକ ମାଓବାଦୀ ନିହତ ହୋଇଛନ୍ତି। କରେଗୁଟ୍ଟା ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ତଲାସୀ ଅଭିଯାନକୁ ବେଶ୍ ଆହ୍ବାନମୂଳକ କୁହାଯାଉଛି, କିନ୍ତୁ ସୁରକ୍ଷା ବାହିନୀ ତଲାସୀ ଏବଂ ପାଟ୍ରୋଲିଂ ଅଭିଯାନ ଚଳାଇଛନ୍ତି।



