www.samajalive.in
Monday, December 8, 2025
27.1 C
Bhubaneswar

ମାଟ୍ରିକ ପରୀକ୍ଷା ଫଳ – ଅର୍ପିତ ଓ ଆସ୍ଥାପଦ୍ମା ହାଇସ୍କୁଲ ଟପ୍ପର

ଆଠଗଡ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠରେ ପାସ ହାର ୯୯ ପ୍ରତିଶତ ରହିଛି। ଏହି ବିଦ୍ୟାଳୟରେ ମୋଟ ୧୪୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ୧୪୪ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଏ୧ ଗ୍ରେଡ଼ରେ ୩ ଜଣ, ଏ୨ ଗ୍ରେଡରେ ୬ଜଣ, ବି୧ ରେ ୨୫ ଜଣ, ବି୨ ରେ ୪୮ଜଣ, ସି ଗ୍ରେଡରେ ୩୨, ଡି ଗ୍ରେଡରେ ୨୦, ଇ ଗ୍ରେଡରେ ୧୦ ଏବଂ ଜଣେ ଏଫ ଗ୍ରେଡ ବା ଫେଲ ହୋଇଛନ୍ତି। ଛାତ୍ର ଆର୍ୟ ଅର୍ପିତ ମହାପାତ୍ର ସର୍ବାଧିକ ୫୫୭ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଛାତ୍ର ସଂସ୍କାର ସୌମ୍ୟରଞ୍ଜନ ସାହୁ (୫୪୯) ୨ୟ ସ୍ଥାନ ଏବଂ ସତ୍ୟଜିତ ମହାରଣା (୫୪୦) ୩ୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଆଠଗଡ ସରକାରୀ ବାଳିକା ହାଇସ୍କୁଲରେ ସଫଳତା ହାର ୯୮ ପ୍ରତିଶତ ରହିଛି। ଉକ୍ତ ବିଦ୍ୟାଳୟରେ ମୋଟ ୧୧୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୨ଜଣ ଫେଲ ହୋଇଛନ୍ତି। ବାଳିକା ହାଇସ୍କୁଲରେ ଏ୧ ଗ୍ରେଡରେ ୧ଜଣ, ଏ୨ ଗ୍ରେଡରେ ୩ଜଣ, ବି୧ ଗ୍ରେଡରେ ୧୩ଜଣ, ବି୨ ରେ ୩୫ଜଣ, ସି ଗ୍ରେଡରେ ୨୮, ଡି ଗ୍ରେଡରେ ୨୦, ଇ ଗ୍ରେଡରେ ୯ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨ଜଣ ଏଫ ଗ୍ରେଡ ବା ଫେଲ ହୋଇଥିବା ଜଣାପଡିଛି । ଛାତ୍ରୀ ଆସ୍ଥାପଦ୍ମା ପଣ୍ଡା ୫୪୫ ନମ୍ବର ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀଙ୍କ ସୂତ୍ରରୁ ପ୍ରକାଶ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories