www.samajalive.in
Monday, December 8, 2025
20.1 C
Bhubaneswar

ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ

ମେଷ: ଆପଣ ଜଣେ କର୍ମଯୋଗୀ ହୋଇଥିବାରୁ ଭାଗ୍ୟକୁ ନିୟନ୍ତ୍ରଣ କରି ସୁଫଳ ପ୍ରାପ୍ତିର ସୂଚନା ପାଇବେ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପତିପତ୍ନୀଙ୍କ ସଂସାର ପ୍ରେମପୂର୍ଣ୍ଣ ହେବ।
ବୃଷ: ପରିସ୍ଥିତିରେ ପଡ଼ିଲେ ବି ଯେପରି ନୈତିକ ମୂଲ୍ୟବୋଧର ଅଧପତନ ନଘଟିବ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡ଼ିବ। କ୍ରୋଧକୁ ନିୟନ୍ତ୍ରଣ କରିବାକୁ ସଂଯମୀ ହେବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ସେବା ଧର୍ମରେ ଦୀକ୍ଷିତ ହୋଇ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ମହିଳାମାନଙ୍କର ଗୃହସ୍ଥ ଧର୍ମ ହେଉଛି ସର୍ବ ମହତ୍‌ ସେବା; ଯେଉଁ ଲକ୍ଷଣ ଆପଣଙ୍କ ସହଧର୍ମିଣୀଙ୍କଠାରେ ନିହିତ ଅଛି।
କର୍କଟ:  ଭ୍ରାତୃତ୍ବର ନିବିଡ଼ ବନ୍ଧନ ହେଉଛି ଶତ୍ରୁ ଦମନର ମୂଳ ଉତ୍ସ; ଯାହା ଆପଣଙ୍କ ବଂଶ ପରମ୍ପରାର ପ୍ରତିବଦ୍ଧତା। ଚାକିରି ଜୀବନ ବିତାଉଥିବା ବ୍ୟକ୍ତିବିଶେଷ କେବଳ ପାରିତୋଷିକ ପାଇ ଉତ୍ସର୍ଗୀକୃତ ହୋଇପାରିବେ।
ସିଂହ: ଜଣେ ମିତବ୍ୟୟୀ ଓ ସଦ୍‌ବ୍ୟୟୀ ହୋଇଥିବାରୁ ଦାନଧର୍ମରେ ଦୀକ୍ଷିତ ହେଲେ ମଧ୍ୟ ଭଣ୍ଡାର ସଦାସର୍ବଦା ପରିପୂର୍ଣ୍ଣ ରହିବ। ଆକସ୍ମିକ ଧନଲାଭ ହେବ। ଲୋକଙ୍କୁ ବିପଦ ମୁହଁରୁ ରକ୍ଷାକରିପାରନ୍ତି।
କନ୍ୟା:  ଜ୍ୟେଷ୍ଠ ହୁଅନ୍ତୁ ବା କନିଷ୍ଠ, ପାଠୁଆ ହୁଅନ୍ତୁ ବା ଅପାଠୁଆ, ଆପଣଙ୍କ ହୃଦୟର ଉଦାରତା ଆପଣଙ୍କୁ ଶୀର୍ଷାସନ ଦେବ। ନିଜେ ଜଣେ କୃଷକ ହୋଇ ଅନ୍ୟ କୃଷକଙ୍କ ଆଦର୍ଶ ହେବେ। ଯାନବାହନ ସୁଖ ମିଳିବ।
ତୁଳା: ଆଧ୍ୟତ୍ମବାଦୀଭାବେ ଈଶ୍ବରୀୟ ବିଭୂତିପ୍ରାପ୍ତ ହୋଇପାରନ୍ତି। ବନ୍ଧୁତ୍ବର ସତ୍ୟନିଷ୍ଠ ମଙ୍ଗଳ କାମନା ଆପଣଙ୍କ ଧ୍ୟେୟ ହେବ। ମାନବ ସଭ୍ୟତା ପାଇଁ ସ୍ନେହାନୁବନ୍ଧିତ କଲ୍ୟାଣ ଭାବନା ଆପଣଙ୍କୁ ମହାନ୍‌ କରିପାରେ।
ବିଛା: ସନ୍ମାର୍ଗୀ ହେଲେ ଅମୃତର ସନ୍ଧାନ ମିଳିବ। ଦୈବୀ ବଳରେ ବଳୀୟାନ୍‌ ହୋଇପାରନ୍ତି। ବିଦ୍ୟାବାନ୍‌, ଗୁଣୀ ଓ ଅତି ଚତୁରତାର ସହ ଧନ ଅର୍ଜନ କରି ଧନୀ ହେବେ। ବିଦ୍ୟା ଭଣ୍ଡାର ପାଇଁ ଧନ ବ୍ୟୟ କରିପାରନ୍ତି।
ଧନୁ: ସେବା ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ସର୍ମପି ଦେଇପାରନ୍ତି। ଭବିଷ୍ୟତରେ ଐଶ୍ବର୍ଯ୍ୟ ପ୍ରାପ୍ତିର ମାର୍ଗ ଉନ୍ମୁକ୍ତ ରହିବ। ପରାକ୍ରମୀ, ରାଜସେବକ ଓ କୀର୍ତ୍ତିଶାଳୀ ସେବକ ହୋଇପାରନ୍ତି।
ମକର: ପ୍ରତି ଆହ୍ବାନ୍‌ଗୁଡ଼ିକୁ ଆପଣ ଉତ୍କର୍ଷର ଶିଡ଼ି କରିପାରନ୍ତି। ସମ୍ବୋଧନରେ ଆପଣଙ୍କୁ ଲୋକେ ଆର୍ଯ୍ୟ ଶ୍ରେଷ୍ଠ କରିପାରନ୍ତି। ଆପଣଙ୍କ ଏକାନ୍ତ ସାଧନା ଫଳବତୀ ହେବ। ସତ୍ୟ, ନ୍ୟାୟ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବେ।
କୁମ୍ଭ:  ଉପନିଷଦର ଉପାଦେୟ ତଥ୍ୟ ଆପଣଙ୍କ ପାଇଁ ଗ୍ରହଣଯୋଗ୍ୟ। ଜଣେ ଶାନ୍ତିକାମୀଭାବେ ସମସ୍ତଙ୍କ ବିଶ୍ବାସଭାଜନ ହେବେ। ସ୍ବକର୍ମ ଭାଗ୍ୟ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ କର୍ମଠ ଓ କର୍ମଚଞ୍ଚଳ ହେବେ।
ମୀନ: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇପାରନ୍ତି। ନିଜ ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣି​‌େ​‌ବ। ଆତ୍ମଶକ୍ତି ଉପରେ ବିଶ୍ବାସ କରିବେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories