www.samajalive.in
Monday, December 8, 2025
17.1 C
Bhubaneswar

ନୀରଜଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ପାକିସ୍ତାନର ନଦୀମ୍, ଏନସି କ୍ଲାସିକ୍ ପ୍ରତିଯୋଗିତାରେ ନେବେନି ଭାଗ

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ଭାରତ-ପାକ୍‌ ସମ୍ପର୍କ ବର୍ତ୍ତମାନ ଅଧିକ ତିକ୍ତ ହୋଇଥିବାବେଳେ ପାକିସ୍ତାନର ଅଲିମ୍ପିକ୍ ଚମ୍ପିଆନ୍ ଅରଶଦ ନଦୀମ୍ ବେଙ୍ଗାଲୁରୁରେ ହେବାକୁ ଥିବା ଏନସି(ନୀରଜ ଚୋପ୍ରା) କ୍ଲାସିକ୍ ଜାଭେଲିନ୍ ଥ୍ରୋ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ବୁଧବାର ନଦୀମ୍ କହିଛନ୍ତି, ମେ’ ୨୪ରେ ବେଙ୍ଗାଲୁରୁରେ ହେବାକୁ ଥିବା ଏନସି କ୍ଲାସିକ୍ ଜାଭେଲିନ୍ ଥ୍ରୋ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ନେଇ ନୀରଜ ଚୋପ୍ରାଙ୍କ ନିମନ୍ତ୍ରଣକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ସେ ଆଗାମୀ ଏସୀୟ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି।

ନଦୀମ କହିଛନ୍ତି, ‘‘ଏନସି କ୍ଲାସିକ୍ ପ୍ରତିଯୋଗିତା ମେ ୨୪ରେ ଅଛି, କିନ୍ତୁ ମୁଁ ଏସୀୟ ଆଥଲେଟିକ୍ସ ଚମ୍ପିଆନସିପ୍ ପାଇଁ ମେ ୨୨ରେ କୋରିଆ ଯିବି।’’ ସେ ଆହୁରି କହିଛନ୍ତି ଯେ, ସେ ୨୭ରୁ ମେ’ ୩୧ ପର୍ଯ୍ୟନ୍ତ କୋରିଆରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଚମ୍ପିଆନସିପ୍ ପାଇଁ କଠିନ ପରିଶ୍ରମ କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ନଦୀମ ୯୨.୯୭ ମିଟରର ରେକର୍ଡ ଜାଭେଲିନ୍‌ ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ନୀରଜ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories