ଦେହରାଡୁନ୍: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ରବିବାର ଓଏନଜିସି କେନ୍ଦ୍ରୀୟ ବିଦ୍ୟାଳୟରେ ଅଧୀକ୍ଷକ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାର ଜଣେ ନକଲି ପ୍ରାର୍ଥୀ ଏବଂ କିଙ୍ଗପିନକୁ ପୁଲିସ ଗିରଫ କରିଛି। ସିବିଏସ୍ଇ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଝାଡ଼ଖଣ୍ଡ ଧନବାଦର ଗୌତମ କୁମାର ପାସୱାନ(୩୬)ଙ୍କ ପାଇଁ ବିହାରର ରୋହଟା ଜିଲାର ବାସିନ୍ଦା ଆୟୁଷ କୁମାର ପରୀକ୍ଷା ଦେଇଥିଲେ।
ପଚରାଉଚରା ବେଳେ ଆୟୁଷ ପ୍ରକାଶ କରିଛନ୍ତି ଯେ ବିହାରର ନାଲଣ୍ଡା ଜିଲାର ରାଜଗିରି ନିବାସୀ ପ୍ରଣବ କୁମାର ନକଲି ପ୍ରାର୍ଥୀ ଭାବେ ପରୀକ୍ଷା ଦେଲେ ତାଙ୍କୁ ଟଙ୍କା ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରଣବ କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସିବିଏସ୍ଇ ଅଧିକାରୀମାନେ ସନ୍ଧ୍ୟା ସିଫ୍ଟରେ ଆସିଥିବା ଜଣେ ପ୍ରାର୍ଥୀଙ୍କ ବାୟୋମେଟ୍ରିକ୍ ଯାଞ୍ଚରେ ମେଳ ଖାଉ ନ ଥିବା ଲକ୍ଷ୍ୟ କରିଥିଲେ। ଏହା ସନ୍ଦେହଜନକ ହୋଇ ସେମାନେ ତାଙ୍କ ରେକର୍ଡ ଯାଞ୍ଚ କରିଥିଲେ ଏବଂ ମାମଲା ସାମ୍ନାକୁ ଆସିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟରେ ଅଧୀକ୍ଷକ ପରୀକ୍ଷା: ନକଲି ପ୍ରାର୍ଥୀ ସହ କିଙ୍ଗପିନ ଗିରଫ
Popular Categories



