www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ: ସ୍କୁଲରେ ଛାତ୍ରଙ୍କୁ ମଦ ପିଇବାକୁ ଦେଲେ ଶିକ୍ଷକ, ନିଲମ୍ବନ କଲା ପ୍ରଶାସନ

ସମାଜ ଡିଜିଟାଲ ଡେସ୍କ: ସ୍କୁଲକୁ ବିଦ୍ୟାର ମନ୍ଦିର କୁହାଯାଏ। ଶିକ୍ଷକମାନଙ୍କୁ ଗୁରୁ ବୋଲି ବିବେଚନା କରାଯାଏ। କିନ୍ତୁ ସ୍କୁଲରେ ଶିକ୍ଷକ ଯଦି ଛାତ୍ରମାନଙ୍କ ମଦ୍ୟପାନ କରିବାକୁ ଦେବେ ତେବେ ତାହାଠାରୁ ଲଜ୍ଜିତ ବିଷୟ ଅନ୍ୟ କିଛି ହୋଇ ନ ପାରେ। ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଏକ ସରକାରୀ ସ୍କୁଲରୁ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ପ୍ରଶାସନ ନଜରକୁ ଏହା ଆସିବା ପରେ ସମ୍ପୃକ୍ତ ଶିକ୍ଷକକୁ ନିଲମ୍ବିତ କରାଯାଇଛି।

ଛାତ୍ରମାନଙ୍କୁ ମଦ ପିଇବାକୁ ଦେଉଥିବା ଶିକ୍ଷକଙ୍କ ନାମ ଲାଲ ନବୀନ ପ୍ରତାପ ସିଂହ। ବରଓ୍ବାରା ବ୍ଲକ ଅନ୍ତର୍ଗତ ଖିରହାନି ଗ୍ରାମରେ ତାଙ୍କ ଘର। ସେଠାକାର ଏକ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଶିକ୍ଷକ ଏବଂ କିଛି ନାବାଳକ ଛାତ୍ର ତଳେ ବସିଛନ୍ତି। କପରେ ଶିକ୍ଷକ ଜଣକ ଦେଶୀ ମଦ ଢାଳି ପିଲାଙ୍କୁ ପାଣି ମିଶାଇ ପିଇବାକୁ କହୁଛନ୍ତି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ବୁଦ୍ଧିଜୀବୀ ଏବଂ ଶିକ୍ଷାବିତଙ୍କୁ ଚକ୍କିତ କରିଛି।

- Advertisement -

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories