www.samajalive.in
Monday, December 8, 2025
17.1 C
Bhubaneswar

ଛାତିଥରା ଭିଡିଓ: ମମ୍ମି-ମମ୍ମି.. ଚିତ୍କାର କରି ଚାଲିଛି ଝିଅ, ଭାଗିରଥୀରେ ଲୀନ ହୋଇଗଲେ ମହିଳା

ଡେରାଡୁନ: ଉତ୍ତରକାଶୀରେ ମଣିକର୍ଣ୍ଣିକା ଘାଟର ଏକ ଦୁଃଖଦ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏଥିରେ ଜଣେ ମହିଳା ଦ୍ରୁତ ଗତିରେ ପ୍ରବାହିତ ଭାଗିରଥୀ ନଦୀରେ ଠିଆ ହୋଇଛନ୍ତି। ସେ ଫଟୋ ତଥା ଭିଡିଓ ଉତ୍ତୋଳନ ପାଇଁ ପଛକୁ ଯାଉଛନ୍ତି। ଏହି ସମୟରେ ଭାରସାମ୍ୟ ହରାଇ ସେ ପ୍ରଖର ସ୍ରୋତରେ ଭାସି ଯାଉଛନ୍ତି। ଫଟୋ ଉଠାଉଥିବା ତାଙ୍କ ଝିଅ ଚିତ୍କାର କରୁଛି, କିନ୍ତୁ ତା’ ଆଖି ଆଗରେ ମାଆ ନଦୀ ଜଳରେ ଲୀନ ହୋଇଯାଉଛି। ମହିଳାଙ୍କ ସନ୍ଧାନ ଏବେ ବି ଜାରି ରହିଛି।

ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ। ତେବେ କୁହାଯାଉଛି ଯେ, ସୋମବାର କିମ୍ବା ମଙ୍ଗଳବାର ଏହି ଘଟଣା ଘଟିଛି। ଭିଡିଓରେ ଦେଖାଯାଉଥିବା ମହିଳା ନେପାଳର ଏବଂ ସେ ଉତ୍ତରକାଶୀ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ତାଙ୍କ ସହିତ ତାଙ୍କର ୧୧ ବର୍ଷର ଝିଅ ମଧ୍ୟ ଥିଲା।

- Advertisement -


ମଣିକର୍ଣ୍ଣିକା ଘାଟରେ ସ୍ନାନ କରିବା ସମୟରେ ଜଣେ ମହିଳା ଭିଡିଓ କରିବାକୁ ଗଭୀର ପାଣି ଭିତରକୁ ଯାଇଥିଲେ। ପ୍ରବଳ ସ୍ରୋତ ଯୋଗୁଁଁ ତାଙ୍କ ପାଦ ଖସିଯାଇଥିଲା ଏବଂ ଚାହୁଁ ଚାହୁଁ ସେ ଭାସି ଯାଇଥିଲେ। ଏହି ସମୟରେ ଭିଡିଓରେ ତାଙ୍କ ଝିଅ ‘ମମ୍ମି-ମମ୍ମି’ ବୋଲି ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି। ଖବର ଲେଖା ହେବାସୁଦ୍ଧା ମହିଳାଙ୍କ ପତ୍ତା ମିଳିନାହିଁ।

ଅପରପକ୍ଷେ ରିଲ୍ସ ତିଆରି କରୁଥିବା ଲୋକଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ଅନେକ କମେଣ୍ଟ କରାଯାଉଛି। ଲୋକେ କହୁଛନ୍ତି ଯେ, ରିଲ୍ସ ଏବଂ ଫଟୋ ପାଇଁ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories