ଝାରସୁଗୁଡ଼ା : ଝାରସୁଗୁଡ଼ା ଥାନା ଅନ୍ତର୍ଗତ ଚିଠୁଆପଡା ଠାରେ ଜଣେ ୧୩ ବର୍ଷୀୟ ନାବାଳକକୁ ଦୁବୃର୍ତ୍ତମାନେ ପୋଡିଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତ ସଂଧ୍ୟା ସମୟରେ ନାବାଳକ ଜଣକ ଘରୁ ବାହାରିଥିଲା ଏବଂ ରାତିରେ ଘରକୁ ଫେରିନଥିଲା । ପୋଡି ହୋଇଥିବା ନାବାଳକଙ୍କ କହିବା ଅନୁସାରେ ସେ ଗାଁ ପାଖରେ ଏକ ପାଲ ଭାଡ଼ିରେ ଶୋଇଥିବା ବେଳେ କେହି ଜଣେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା ଜଣାପଡିଛି। ନାବାଳକ ଜଣଙ୍କୁ ଅର୍ଧଦଗ୍ଦ ଅବସ୍ଥାରେ ଘର ଲୋକେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଝାରସୁଗୁଡ଼ା ରେ ଡାକ୍ତର ଜିତନ ପଟେଲ କହିବା ଅନୁସାରେ ନାବାଳକ ଜଣକ ୯୦ ପ୍ରତିଶତ ଜଳିଯାଇଥିବା ବେଳେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ତାନାନ୍ତରିତ କରାଯାଇଛି । ଝାରସୁଗୁଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Popular Categories



