www.samajalive.in
Friday, December 5, 2025
27.1 C
Bhubaneswar

ଯାତ୍ରାରେ ପାନୀୟ ଜଳ ଯୋଗାଇବା ସହ ସଫେଇ କଲେ ଛାତ୍ରଛାତ୍ରୀ

ପାତ୍ରପୁର : ପାତ୍ରପୁର ବ୍ଳକର ବିଭିନ୍ନ ଗ୍ରାମରେ  ଥିବା ଶ୍ରୀରାମ ମନ୍ଦିରରେ ପବିତ୍ର ଶ୍ରୀରାମ ନବମୀ ସହିତ ହିନ୍ଦୁ ନବବର୍ଷ ଚଳିତ ବର୍ଷ  ମହା ସମାରୋହରେ ପାଳିତ ହେଉଛି । ତେବେ ତୁରୁବୁଡି ଗ୍ରାମରେ କରୋନା ଯୋଗୁଁ ଅଟକି ଥିବା ଶ୍ରୀରାମ ନବମୀ ଯାତ୍ରା ମହା ଆଡମ୍ବରରେ ଚାଲିଛି। ଗ୍ରୀଷ୍ମ ପ୍ରବାହ ବେଳେ ଯାତ୍ରାରେ ପ୍ରବଳ ଭିଡ ହେଉଥିବା ଦେଖି ନିୟମିତ ସଫେଇ ସହିତ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଣ୍ଟା ଭିଡ଼ି ସବୁ ମହଲରୁ ପ୍ରଶଂସା ସାଉଁଟୁଛନ୍ତି। ତୁରୁବୁଡ଼ି ଗ୍ରାମରେ ଯାତ୍ରା ପାଇଁ ନିୟମିତ ରାତ୍ର ପ୍ରଭୁଙ୍କ ନଗର ପରିକ୍ରମା ବେଳେ ବିଭିନ୍ନ ପ୍ରକାର ପଟୁଆର ସହିତ ପ୍ରତି ଦ୍ୟେନ୍ଦିତା ମୂଳକ ପୌରାଣିକ ନାଟକ ଚାଲିଛି। ଯାତ୍ରା ପାଇଁ ଗ୍ରାମ ସାରା ତୋରଣ ବିଦ୍ୟୁତ୍ ଆଲୋକରେ ଝଟକୁଛି। ଯାତ୍ରା ଦେଖିବା ପାଇଁ ପଡୋଶୀ ଗଜପତି ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳର ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଥିବାବେଳେ ତୁରୁବୁଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପିଲାମାନଙ୍କ ଏହି ଉଦ୍ୟମ ଜାରି ରହିଛି। ଏହି ସ୍ୱଚ୍ଛ ଭାରତ କାର୍ଯ୍ୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରାକାର ଗୌଡଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରୁଛନ୍ତି। ପାତ୍ରପୁର ବ୍ଳକର ତୁରୁବୁଡି, ଖାରିଆଗୁଡ଼ା , ପାତ୍ରପୁର , ବରଙ୍ଗ , ରାଙ୍କୁଡ଼ା ,ଗୋପାଳପଲ୍ଲୀ  ସହିତ ଅନ୍ୟ ଗ୍ରାମ ମାନଙ୍କରେ ଥିବା  ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କର ପୂଜାର୍ଚ୍ଚନା ,ରାମ ଚରିତ୍  ପରାୟଣ, ଅନ୍ନ ଯଜ୍ଞ , ଅନୁଷ୍ଠିତ ହୋଇଥିବାବେଳେ କେତେକ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଛି । ଗ୍ରାମର ଯୁବ ଗୋଷ୍ଠୀ ସହିତ ଗ୍ରାମବାସୀ ଯାତ୍ରା ସୁନ୍ଦର ଭାବରେ ପାଳନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories