www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଦ କାରଖାନା କାନ୍ଥ ପଡି ଜଣେ ମୃତ

ଆଠଗଡ: ଆଠଗଡ ସହରରେ ଦୀର୍ଘ ବର୍ଷ ହେବ ବନ୍ଦ  ପଡିଥିବା ଏକ କାରଖାନାର କାନ୍ଥ ପଡି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଶିଳ୍ପ ବିଭାଗ ଅଧିନରେ ଥିବା ସମବାୟ ବିଭାଗ ପରିଚାଳନାରେ ଚାଲିଥିବା ଆଠଗଡ ସମବାୟ କାଷ୍ଠ ଶିଳ୍ପ ବିଗତ ୪୦ ବର୍ଷ ଧରି ବନ୍ଦ ହୋଇ ଅର୍ଦ୍ଧଭଗ୍ନ ଅବସ୍ଥାରେ ଭୂତ କୋଠି ପାଲଟି ଯାଇଛି । ଉପରସାହିର ଘରୋଇ ଆୟୁର୍ବେଦ ଚିକିତ୍ସା କରୁଥିବା ପ୍ରତାପ କୁମାର ଦାସ ନାମକ ଜଣେ ବ୍ୟକ୍ତି ରବିବାର ସକାଳେ ସେଠାକୁ ଚେରମୂଳ ସଂଗ୍ରହ କରିବାକୁ ଯାଇଥିଲେ । ସେହି ସମୟରେ ଏକ ଦୁର୍ବଳ ତଥା ଅର୍ଦ୍ଧଭଗ୍ନ କାନ୍ଥ ତାଙ୍କ ଉପରେ ଭୁଷୁଡ଼ି ପଡିଥିଲା। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଠଗଡ ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories