www.samajalive.in
Monday, December 8, 2025
17.1 C
Bhubaneswar

ଶ୍ରୀଲଙ୍କାରେ ମୋଦୀ: କଲମ୍ବୋରେ ଭବ୍ୟ ସ୍ଵାଗତ, ଦିଆଗଲା ଗାର୍ଡ଼ ଅଫ୍‌ ଅନର

କଲମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଶୁକ୍ରବାର ସନ୍ଧ୍ୟାରେ କଲମ୍ବୋରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ସହିତ ସାମଗ୍ରିକ ଦ୍ୱିପାକ୍ଷିକ ବିଶେଷ କରି ଶକ୍ତି, ବାଣିଜ୍ୟ, ସଂଯୋଗ, ଡିଜିଟାଲାଇଜେସନ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କକୁ ମଜବୁତ କରିବେ। କଲମ୍ବୋର ବଣ୍ଡାରନାଇକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାଇକେ ସ୍ୱାଗତ କରିଥିଲେ। ସ୍ୱାଧୀନତା ଛକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ ସମୟରେ ୭ଟି ଚୁକ୍ତିନାମା ଚୂଡାନ୍ତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରି ମଧ୍ୟ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଦିସାନାଇକେଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲାଇଜେସନ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ସହିତ ଅନେକ କ୍ଷେତ୍ରରେ ଚୁକ୍ତି ହୋଇପାରେ।

କଲମ୍ବୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ସହାୟତାରେ ନିର୍ମିତ ଅନେକ ପ୍ରକଳ୍ପର ଉଦଘାଟନ କରିବେ। ସେ ସାମପୁର ସୌର ଶକ୍ତି ପ୍ରକଳ୍ପର ଭର୍ଚୁଆଲ୍ ଶିଳାନ୍ୟାସ ସମାରୋହର ମଧ୍ୟ ସାକ୍ଷୀ ରହିବେ। ଏପ୍ରିଲ ୬ରେ ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ସହର ଅନୁରାଧାପୁରା ଯିବେ ଏବଂ ସେଠାରେ ସେ ମହାବୋଧି ମନ୍ଦିରରେ ପୂଜାର୍ଚ୍ଚନା କରିବେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories