www.samajalive.in
Monday, December 8, 2025
27.1 C
Bhubaneswar

ଏପ୍ରିଲ ୭ରୁ ଦ୍ବିତୀୟ ପର୍ଯ୍ୟାୟ ଜେଇଇ

ଭୁବନେଶ୍ବର : ଆର୍କିଟେକ୍‌ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଏପ୍ରିଲ ୭ରୁ ୨୦ତାରିଖ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା​‌ ପରୀକ୍ଷା (ଜେଇଇ) ମେନ୍‌ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରୀକ୍ଷା ପରିଚାଳନା କରିବ। ଏନେଇ ଏନ୍‌ଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଜାନୁଆରୀ ୮ରୁ ୧୨ତାରିଖ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀମାନେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଉନ୍ନତ ପରୀକ୍ଷା ଫଳ ପାଇଁ ପୁନର୍ବାର ପରୀକ୍ଷା ଦେଇପାରିବେ। ଯେଉଁମାନେ ପରୀକ୍ଷା ଦେଇପାରି ନାହାନ୍ତି ​‌େସମାନେ ଏହି ପରୀକ୍ଷା ଦେଇପାରିବେ। ପରୀକ୍ଷା ଫଳରେ ଉନ୍ନତି ପାଇଁ ପୁନର୍ବାର ପରୀକ୍ଷାକୁ ଉଚ୍ଛାଧିନ ବିଷୟ ଭାବେ ରଖାଯାଇଛି। ଯଦି ଜଣେ ଦୁଇଟି ପରୀକ୍ଷା ଦେବ ତେବେ ଅଧିକ ନମ୍ବର ରଖିଥିବା ପରୀକ୍ଷା ଫଳକୁ ମେରିଟ୍‌ ଲିଷ୍ଟରେ ପ୍ରକାଶ କରାଯିବ। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଫର୍ମପୁରଣ କରିପାରିବେ ଓ ମାର୍ଚ୍ଚ ୮ ସୁଦ୍ଧା ଅନ୍‌ଲାଇନ୍‌ରେ ଫି ଦାଖଲ କରିପାରିବେ। ଛାତ୍ରଛାତ୍ରୀମାନେ www.nta.ac.in ଓ www.jeemain.nic.in ଲଗ୍‌ଇନ କରି ସମସ୍ତ ତତ୍ୟ ପାଇପାରିବେ। ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ସୂଚନାଯୋଗ୍ୟ ଜାନୁଆରୀ ୮ରୁ୧୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହୋଇଥିଲା। ପେପର-୧ର ଫଳ ଜାନୁଆରୀ ୧୯ ଓ ପେପର-୨ର ଫଳ ଜାନୁଆରୀ ୩୧ତାରିଖରେ ପ୍ରକାଶ ପାଇଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories