www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସଭାରେ ବି ୱାକଫ୍ ବିଲ୍ ପାସ୍‌: ବିଳମ୍ବିତ ରାତି ଯାଏ ବିତର୍କ

ନୂଆଦିଲ୍ଲୀ : ଲୋକସଭାରେ ଗୃହୀତ ହୋଇଥିବା ୱାକଫ୍‌ (ସଂଶୋଧନ) ବିଧେୟକ ୨୦୨୫କୁ ଗୁରୁବାର ରାଜ୍ୟସଭାରେ ଆଗତ କରାଯାଇଛି। ସଂଖ୍ୟାଲଘୁ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଧେୟକକୁ ଗୃହରେ ଆଗତ କରିବା ପରେ ଏହା ଉପରେ ବିତର୍କ ଚାଲୁ ରହିଛି। ବିତର୍କ ପରେ ଏହା ଉପରେ ଭୋଟିଂ କରାଯାଇ ଗୃହର ଅନୁମୋଦନ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଶୁକ୍ରବାର ବଜେଟ୍ ଅଧିବେଶନ ଶେଷ ହେବାକୁ ଯାଉଥିବାବେଳେ ସରକାର ୱାକ୍‌ଫ ବିଧେୟକକୁ ସଂସଦର ଅନୁମୋଦନ ପୂର୍ବକ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାକୁ ଯୋଜନା କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଧେୟକ ଆଇନର ରୂପ ନେବ। ବିଧେୟକ ଆଲୋଚନାରେ ଭାଗ ନେଇ ରାଜ୍ୟସଭା ନେତା ତଥା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ଯେ ବିରୋଧୀ ସଦସ୍ୟମାନେ ଏହି ପ୍ରସଙ୍ଗକୁ ସମ୍ବେଦନଶୀଳ କରିବାକୁ ଚେଷ୍ଟା କରୁଛନ୍ତି। ବିଧେୟକ ବିପକ୍ଷରେ ଯୁକ୍ତି ବାଢିବା ଲାଗି ବିରୋଧୀଙ୍କ ପାଖରେ କୌଣସି ତଥ୍ୟ ନଥିବାରୁ ସେମାନେ ମୂଳ ପ୍ରସଙ୍ଗରୁ ଓହରିଯାଇ ଏହାକୁ ଧାର୍ମିକ ଦିଗରୁ ସମ୍ବେଦନଶୀଳ କରିବାକୁ ​ଚେଷ୍ଟା କରୁଛନ୍ତି। ଏହାଦ୍ବାରା ବିଧେୟକର ଆଲୋଚନା ଦିଗହରା ହେଉଛି। ନଡ୍ଡା କହିଥିଲେ ଯେ ଜମି ମାଫିଆମାନେ ୱାକଫ୍ ବୋର୍ଡର ସମ୍ପତ୍ତିକୁ ଲୁଟୁଥିବାବେଳେ ଗରିବ ମୁସଲମାନମାନେ ଏଥିରୁ କୌଣସି ଲାଭ ପାଉ ନାହାନ୍ତି। କଂଗ୍ରେସ ଏହି ଜମି ମାଫିଆଙ୍କୁ ସମର୍ଥନ କରିଆସୁଛି। ପ୍ରଚଳିତ ୱାକଫ ଆଇନରେ ରହିଥିବା ବିଭିନ୍ନ ବ୍ୟବସ୍ଥାକୁ ନଡ୍ଡା ସମାଲୋଚନା କରିବା ସହିତ ନୂଆ ବିଧେୟକରେ ଏହାକୁ ପରିବର୍ତ୍ତନ କରାଯାଇଥିବା ବିଷୟରେ କହିଥିଲେ। ନୂଆ ଆଇନ ଅନୁଯାୟୀ ୱାକଫ୍ ବୋର୍ଡର ନିଷ୍ପତ୍ତିକୁ ଅଦାଲତରେ ଚାଲେଞ୍ଜ କରାଯାଇପାରିବ। ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ୱାକଫ୍ ବିଧେୟକ ସମାଜରେ ବିଭାଜନ ସୃଷ୍ଟି କରିବ। ଏହାଦ୍ବାର ମୁସଲମାନଙ୍କ ନିର୍ଯାତିତ ହେବେ। ବିଲ୍‌କୁ ସମର୍ଥନ କରି ବିଜେପି ସାଂସଦ ଡ. ସୁଧାଂଶୁ ଦ୍ବିବେଦୀ ସଂଶୋଧନ ବିଧେୟକରେ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ସାରଗର୍ଭକ ମତ ରଖିଥିଲେ। ତାଙ୍କର କେତେକ ଶବ୍ଦ ଉପରେ ଦୁଇ ବିରୋଧୀ ସାଂସଦ ଆପତ୍ତି ଉଠାଇ ଏହାକୁ ବାଦ୍‌ ଦେବାକୁ ଅଧ୍ୟକ୍ଷ ଜଗଦୀପ ଧନକଡ୍‌ଙ୍କ ଠାରେ ଦାବି କରିଥିଲେ। ପରେ ଉଭୟ ଶାସକ ଓ ବିରୋଧୀ ପକ୍ଷରୁ ବହୁ ସାଂସଦ ବିତର୍କରେ ଭାଗନେଇ ମତ ରଖିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିତର୍କ ଚାଲିଥିଲା। ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ ମିଳିନାହିଁ। କାରଣ ବିଧେୟକକୁ ୨୮୮ ସଦସ୍ୟ ସମର୍ଥନ କରିଥିବାବେଳେ ୨୩୨ ଜଣ ବିରୋଧ କରିଛନ୍ତି। ଲୋକସଭା ଭଳି ରାଜ୍ୟସଭାରେ ବିଧେୟକକୁ ଗୃହୀତ କରିବା ଲାଗି ସରକାରଙ୍କ ପାଖରେ ସଂଖ୍ୟାଗରିଷ୍ଠତା ରହିଛି। ରାଜ୍ୟସଭାରେ ଏବେ ମୋଟ ସଦସ୍ୟ ସଂଖ୍ୟା ୨୩୬ ଥିବାବେଳେ ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ୧୧୭ ସଦସ୍ୟ ଅଛନ୍ତି। ଏହା ସହିତ ସରକାରଙ୍କୁ ୨ ମନୋନୀତ ସଦସ୍ୟ ଓ ୬ଜଣ ସ୍ବାଧୀନ ସଦସ୍ୟ ସମର୍ଥନ ଘୋଷଣା କରିଛନ୍ତି। ତେଣୁ ସରକାରଙ୍କ ପାଖରେ ମୋଟ ସଦସ୍ୟଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି। ଅନ୍ୟପଟେ ବିରୋଧୀ ଇଣ୍ଡି ମେଣ୍ଟ ପାଖରେ ମୋଟ ୮୮ ସଦସ୍ୟ ଅଛନ୍ତି। ଅଣ ଏନଡିଏ ଓ ଅଣ ଇଣ୍ଡି ସଦସ୍ୟଙ୍କ ସଂଖ୍ୟା ୨୩ ଥିବାରୁ ସେମାନେ ବିଧେୟକର ମତଦାନରୁ ଦୂରେଇ ରହିବାର ସମ୍ଭାବନା ରହିଛି। ବୁଧବାର ଲୋକସଭାରେ ୱାକଫ୍‌ ସଂଶୋଧନ ବିଧେୟକ ଉପରେ ୧୨ଘଣ୍ଟାରୁ ଅଧିକ ସମୟ ଆଲୋଚନା କରାଯିବା ପରେ ଭୋଟିଂ ମାଧ୍ୟମରେ ଗୃହୀତ କରାଯାଇଥିଲା। ବିଧେୟକ ସପକ୍ଷରେ ୨୮୮ଟି ଭୋଟ ଓ ବିପକ୍ଷରେ ୨୩୨ଟି ଭୋଟ ପଡିଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories