www.samajalive.in
Saturday, December 6, 2025
26.1 C
Bhubaneswar

୧ ଟଙ୍କା ମୁଦ୍ରା ତିଆରି ପାଇଁ ଖର୍ଚ୍ଚ ହୁଏ କେତେ ଟଙ୍କା ?

ନୂଆଦିଲ୍ଲୀ: ଏକ ଟଙ୍କା ମୁଦ୍ରା ବହୁତ ଆର୍ଥିକ ଗୁରୁତ୍ୱ ରଖି ନ ପାରେ, କିନ୍ତୁ ଭାରତୀୟ ପରିବାରରେ ଏହାର ମୂଲ୍ୟ ଯଥେଷ୍ଟ ଭାବପ୍ରବଣ। ତେବେ ଏହି ୧ ଟଙ୍କା ମୁଦ୍ରା ତିଆରି ପାଇଁ ୧ ଟଙ୍କାରୁ ଅଧିକ ମୂଲ୍ୟ ଲାଗିଥାଏ। ସୂଚନା ଅଧିକାର ଆଇନରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କହିଛି ଯେ ୧ ଟଙ୍କା ମୁଦ୍ରା ତିଆରି ପାଇଁ ହାରାହାରି ୧.୧୧ ଟଙ୍କା ଖର୍ଚ୍ଚ ହୋଇଥାଏ। ୧୯୨୨ରୁ ତିଆରି ହେଉଥିବା ଏକ ୧ ଟଙ୍କା ମୁଦ୍ରା ଷ୍ଟିଲ୍‌ରେ ପ୍ରସ୍ତୁତ ହୋଇଥାଏ। ୨୦୧୫ ଏବଂ ୨୦୧୬ରେ ସର୍ବାଧିକ ୨୧୫୧ ନିୟୁତ ୧ ଟଙ୍କା ମୁଦ୍ରା ପ୍ରସ୍ତୁତ କରାଯାଇଥିଲା। ଗତବର୍ଷ ୯୦୩ ନିୟୁତ ୧ ଟଙ୍କା ମୁଦ୍ରା ପ୍ରସ୍ତୁତ ହୋଇଥିବାବେଳେ ଚଳିତବର୍ଷ ଏହା ହ୍ରାସ ପାଇ ୬୩୦ ନିୟୁତରେ ପହଞ୍ଚିଛି। ଅନ୍ୟପକ୍ଷରେ ୨ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ପ୍ରସ୍ତୁତ କରିବାକୁ ଅପେକ୍ଷାକ୍ରୁତ କମ୍‌ ଖର୍ଚ୍ଚ ହୋଇଥାଏ। ୨ ଟଙ୍କିଆ ମୁଦ୍ରା ପ୍ରସ୍ତୁତ ପାଇଁ ୧.୨୮ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୫ ଟଙ୍କିଆ ମୁଦ୍ରା ପାଇଁ ୩.୬୯ ଟଙ୍କା ଓ ୧୦ ଟଙ୍କିଆ ମୁଦ୍ରା ତିଆରି ପାଇଁ ୫.୫୪ ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିପରି ୨ ହଜାର ଟଙ୍କିଆ ନୋଟ୍‌ ପ୍ରିଣ୍ଟ କରିବା ପାଇଁ ୪ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୧ ହଜାରଟି ୧୦ ଟଙ୍କିଆ ନୋଟ୍‌ ପ୍ରିଣ୍ଟ କରିବା ପାଇଁ ୯୬୦ ଟଙ୍କା ଖର୍ଚ୍ଚ ହୋଇଥାଏ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories