www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ ଦ୍ବାଦଶ ଶ୍ରେଣୀ ଖାତାଦେଖା ଆରମ୍ଭ, ମୂଲ୍ୟାୟନ କରିବେ ୧୫ ହଜାର ଶିକ୍ଷକ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆଜିଠାରୁ  ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଖାତାଦେଖା ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୮ହଜାର ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଏପ୍ରିଲ ୨ରୁ ୧୪ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ। ସେହିପରି ଏପ୍ରିଲ ୧୬ରୁ ୨୮ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ୭ ହଜାର ଶିକ୍ଷକ ଖାତାଦେଖିବେ। ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୮ ହଜାର ଅଧ୍ୟାପକ ଖାତା ଦେଖିବେ। ଏପ୍ରିଲ ୨୮ ତାରିଖ ସୁଦ୍ଧା ମୂଲ୍ୟାୟନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖାତା ଦେଖା କାର୍ଯ୍ୟରେ ରାଜ୍ୟର ମୋଟ ୧୫ ହଜାର ଶିକ୍ଷକ ନିୟୋଜିତ ହେବେ। ମେ’ ୧୦ରୁ ୧୫ ସୁଦ୍ଧା +୨ ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ସିଏଚ୍‌ଏସ୍‌ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାୟ ୩ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେଇଛନ୍ତି। ୩୦ ଜିଲାରେ ମୂଲ୍ୟାୟନ କେନ୍ଦ୍ର ଖୋଲିବାକୁ ପରିଷଦ ନିଷ୍ପତ୍ତି ନେଇଥିବାବେଳେ ମୋଟ ୭୮ କେନ୍ଦ୍ରରେ ମୂଲ୍ୟାୟନ କରାଯିବ। କେତେକ କେନ୍ଦ୍ରରେ ଉଭୟ ଇ-ମୂଲ୍ୟାୟନ ଏବଂ ପାରମ୍ପରିକ ପଦ୍ଧତିରେ ଅଫଲାଇନ୍‌ ଖାତା ଦେଖାଯିବ।

ଚଳିତ ବର୍ଷ ମୋଟ ୨୪ ଲକ୍ଷ ଖାତା ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ମୂଲ୍ୟାୟନ କରାଯିବ। ପ୍ରତ୍ୟେକ ଦିନ ଜଣେ ଶିକ୍ଷକ ୫ ଘଣ୍ଟା ମଧ୍ୟରେ ୩୦ଟି ଖାତା ଦେଖିପାରିବେ। ସେହିପରି ଯେଉଁ ଉତ୍ତର ମୂଲ୍ୟାୟନ ସମୟରେ ଶୂନ ମାର୍କ ଥିବ ତାକୁ ଦୁଇ ଥର ଅଲଗା ଶିକ୍ଷକ ଯାଞ୍ଚ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories