www.samajalive.in
Tuesday, December 9, 2025
15.1 C
Bhubaneswar

ସହରାଞ୍ଚଳ ଡାକ୍ତରଖାନାଠାରୁ ଦୂରଦୂରାନ୍ତ ଗାଁ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚୁ – ରାଜ୍ୟପାଳ

ଭୁବନେଶ୍ୱର : ଅସମାନତା ଦୂର କରି ଏକ ଉଚିତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରି ରାଜ୍ୟର ସହରାଞ୍ଚଳଠାରୁ ଦୂରଦୂରାନ୍ତ ଗାଁ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଆହ୍ୱାନ ଜଣାଇଛନ୍ତି। ଆଜି ଲୋକସେବା ଭବନର ରାଜ୍ୟ କନଭେନ୍ସନ୍ ସେଣ୍ଟର ଠାରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନସେସ୍ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।

ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଆମେ ସମସ୍ତେ ସମ୍ମିଳିତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ଦ୍ୱାରା ଚିହ୍ନିତ ବିକଶିତ ରାଜ୍ୟ “ବିକଶିତ ଓଡ଼ିଶା” ଏବଂ ଏକ ସୁସ୍ଥ, ସମାବେଶୀ ଏବଂ ପ୍ରଗତିଶୀଳ ରାଷ୍ଟ୍ର “ବିକଶିତ ଭାରତ” ଗଠନ ପାଇଁ କାର୍ଯ୍ୟ କରୁଛେ। ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀ, ଫାକଲ୍ଟି ମେମ୍ବର ଏବଂ ପ୍ରତ୍ୟେକ ସ୍ୱାସ୍ଥ୍ୟ ସେବା ପ୍ରୋଫେସନାଲ ସମାଜକୁ ପରିବର୍ତ୍ତନ କରିବାରେ ସେମାନଙ୍କର ସର୍ବୋତ୍ତମ ଯୋଗଦାନ ଦେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।

- Advertisement -

ଏହି ସମାରୋହରେ ସେଣ୍ଟ୍ରାଲ କାଉନ୍ସିଲ୍ ଫର ରିସର୍ଚ ଇନ୍ ଆର୍ୟୁବେଦ ସାଇନ୍ସେସର ଡାଇରେକ୍ଟର ଜେନେରାଲ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ, ଏଆଇଆଇଏମ୍ଏସର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଅଶୋକ ମହାପାତ୍ର ଏବଂ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟର ଭାଇସ୍ ଚ୍ୟାନ୍ସେଲର ପ୍ରଫେସର କେ. ସିଂହ ବକ୍ତବ୍ୟ ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲଥ୍ ସାଇନ୍ସେସ୍ର ଭାଇସ୍ ଚ୍ୟାନ୍ସେଲର ପ୍ରଫେସର ମାନସ ରଂଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ରେଜିଷ୍ଟ୍ରାର ସନ୍ତୋଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲ, ପତ୍ରିକା ଏବଂ ଇ-ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories