www.samajalive.in
Tuesday, December 9, 2025
16.1 C
Bhubaneswar

ବିମାନ ବନ୍ଦରରୁ ସାପ, ଗୋଧି, କଇଁଚ ଜବତ – ଜଣେ ଅଟକ

ଡେସ୍କ: ବିମାନ ଭିତରେ ସାପ। ଲଗେଜ ଭିତରେ ଗୋଧି ଓ କଇଁଚ। ଏସବୁ ଜୀବଜନ୍ତୁ ମୃତ ନୁହେଁ, ସମସ୍ତ ଜନ୍ତୁ ଜୀବିତ। ଏ ସବୁ ଜୀବଜନ୍ତୁ ଜବତ ହୋଇଛି ଭୁବନେଶ୍ବର ବିମାନବନ୍ଦରରୁ। ଲଗେଜ ଭିତରେ ଭର୍ତ୍ତି କରି ବ୍ୟାଙ୍କକ୍‌ରୁ ଭୁବନେଶ୍ୱରକୁ ଆସିଥିଲା ଏସବୁ ମାରାତ୍ମକ ଜନ୍ତୁ। କିନ୍ତୁ ଚେକିଂ ସମୟରେ ସୀମାଶୁଳ୍କ ବିଭାଗ ହାତରେ ଧରା ପଡ଼ିଲେ ତାମିଲ ଯୁବକ।

ଏସବୁ ଜନ୍ତୁ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି। ୧୦ଟି ବହୁରୂପୀ ଗୋଧି, ୯ଟି କିଙ୍ଗ୍‌ ସ୍ନେକ୍‌ ଓ ୧୨ଟି କଇଁଛକୁ ଜୀବିତ ଉଦ୍ଧାର କରିଛି କଷ୍ଟମ ଟିମ୍। ଏହି ହିଂସ୍ର ସରୀସୃପ ଜନ୍ତୁକୁ ଚାଲାଣ କରୁଥିବା ଯୁବକ ଜଣକ ହେଉଛନ୍ତି ତାମିଲନାଡୁର ଶଙ୍କର ମୂର୍ଗନ୍। ସୀମାଶୁଳ୍କ ବିଭାଗ ସମ୍ପୃକ୍ତ ଯୁବକଙ୍କ ପାସପୋର୍ଟକୁ ଜବତ କରିଛି। ଉଦ୍ଧାର ସାପ କାଲିଫର୍ନିଆ କିଙ୍ଗ ପ୍ରଜାତିର ହୋଇଥିବା ବେଳେ କଇଁଚ ଗୁଡିକ ପିଗ୍ ନୋଜ୍ ଟର୍ଟଲ ପ୍ରଜାତିର, ସେହି ପରି ଗୋଧି ହେଉଛି ନାଇଲ୍ ମନିଟର ଲିଜାର୍ଡ।

- Advertisement -

ସୀମାଶୁଳ୍କ ବିଭାଗର ସୂଚନା ଅନୁସାରେ ତାମିଲନାଡୁର ଶଙ୍କର ମୂର୍ଗନ୍ ନାମକ ଯୁବକ ବ୍ୟାଙ୍କକ୍‌ରୁ ୧୦ଟି ବହୁରୂପୀ ଗୋଧି, ୯ଟି କିଙ୍ଗ୍‌ ସ୍ନେକ୍‌ ଓ ୧୨ଟି କଇଁଛକୁ ଏକ ଲଗେଜରେ ଭର୍ତ୍ତି କରି ଭୁବନେଶ୍ୱର ଆଣୁଥିଲେ। ପରେ ଏସବୁ ଭୁବନେଶ୍ୱରରୁ ଚେନ୍ନାଇକୁ ବିକ୍ରି ପାଇଁ ପଠାଯାଇଥାନ୍ତା। କିନ୍ତୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ମୁର୍ଗନ ପହଞ୍ଚିବା ପରେ ସୀମାଶୁଳ୍କ ବିଭାଗର କର୍ମଚାରୀ ତାଙ୍କ ଲଗେଜ୍ ଯାଞ୍ଚ କରିଥିଲା। ଆଉ ସ୍କାନିଂ ବେଳେ ସବୁ କିଛି ଧରା ପଡିଯାଇଥିଲା ବୋଲି ସୀମାଶୁଳ୍କ ବିଭାଗର ସହକାରୀ କମିଶନର ରଂଜିତ୍ ମହାନ୍ତି କହିଛନ୍ତି।

ଉଦ୍ଧାର ହୋଇଥିବା ସମସ୍ତ ଜନ୍ତୁଙ୍କୁ ନନ୍ଦନକାନନରେ ରଖାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ତେବେ ମୁର୍ଗନଙ୍କ ସହ ସଂମ୍ପୃକ୍ତ ଥିବା ଜଣେ ଓଡିଆ ଯୁବକ ପଟିଆ ଅଞ୍ଚଳ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ପେଟ୍ ବା ପୋଷାଜନ୍ତୁ ବ୍ୟବସାୟ କରନ୍ତି। ଏହି ଜନ୍ତୁ କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ ଚାଲିଛି। ଏପରିକି ଚେନ୍ନାଇର କେଉଁ ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ପଠାଯାଇଥାନ୍ତା, ଏହାର ବି ଯାଞ୍ଚ କରୁଛି ଟିମ୍।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories