www.samajalive.in
Monday, December 8, 2025
27.1 C
Bhubaneswar

ବିଧାନସଭା ଉପରେ ନାହିଁ ବାଚସ୍ପତିଙ୍କ ନିୟନ୍ତ୍ରଣ : ନରସିଂହ ମିଶ୍ର

ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ଉଭୟଙ୍କୁ ଗୃହରୁ ୭ ଦିନ ପାଇଁ  ସସ୍‌ପେଣ୍ଡ କରିଛନ୍ତି। ତେବେ ଏ ନେଇ କଂଗ୍ରେସ ପକ୍ଷରୁ ପ୍ରେସମିଟ୍ କରାଯାଇଛି। ନିଲମ୍ବନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନଥିବା ସେ ଅଭିଯୋଗ କରିଛନ୍ତି। ବିଧାୟକଙ୍କୁ ଭେଟିବାକୁ ବିଧାନସଭା ପରିସରକୁ ଆମକୁ ଛଡା ଗଲାନି। ଆଇନ୍ ଅନୁସାରେ ଆମେ ପୂର୍ବତନ ସଦସ୍ୟ ହିସାବରେ ବିଧାନସଭା ପରିସରକୁ ଯାଇପାରିବୁ। କିନ୍ତୁ ବାଚସ୍ପତିଙ୍କ ବିନା ଅନୁମତିରେ ପୁଲିସ ପରିସରକୁ ଯାଇପାରିବନି। ବାଚସ୍ପତିଙ୍କ ଏଭଳି କୌଣସି ନିର୍ଦେଶ ନଥିବା ମଧ୍ୟ ପୁଲିସ୍ କହିଥିଲେ। ପୁଲିସ୍ ଲଗାଇ ମାଡ ମରାଗଲା ଏବଂ ଉଠାଇ ନିଆଗଲା। ଯାହା ଜଣାପଡୁଛି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ। ଏକଛତ୍ରବାଦ ଶାସନ ଚାଲିଛି, କଂଗ୍ରେସ ଏହାକୁ ଦୃଢ ନିନ୍ଦା କରୁଛି। ଏହା ଗଣତନ୍ତ୍ରର ହତ୍ୟା , ତେଣୁ ଉଚିତ୍ ଜବାବ୍ ଦିଆଯିବ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories