www.samajalive.in
Monday, December 8, 2025
20.1 C
Bhubaneswar

ପଦକ ଫେରାଇଲେ ‘ବଙ୍ଗ ବିଭୂଷଣ’ ସମ୍ମାନ ଭୂଷିତ କରାଯିବ: ମମତା

କଲକାତା : ପଶ୍ଚିମବଙ୍ଗର ୬ ଆଇପିଏସ୍‌ ଅଧିକାରୀଙ୍କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦେଶ ଦେବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାର ଯଦି ସେମାନଙ୍କ ପଦକ ପ୍ରତ୍ୟାହାର କରିବେ; ତେବେ ସେ ସମ୍ପୃକ୍ତ ୬ ଅଧିକାରୀଙ୍କୁ ରାଜ୍ୟର ଶ୍ରେଷ୍ଠ ସମ୍ମାନ ‘ବଙ୍ଗ ବିଭୂଷଣ’ରେ ସମ୍ମାନିତ କରିବେ ବୋଲି କହିଛନ୍ତି ମମତା। କଲକାତା ପୁଲିସ କମିସନର ରାଜୀବ କୁମାରଙ୍କ ବାସଭବନରେ ସିବିଆଇ ପହଞ୍ଚିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧାରଣାସ୍ଥଳରେ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ରହିବା ନେଇ ସର୍ବଭାରତୀୟ ଚାକିରି ସର୍ତ୍ତାବଳୀ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦେଶ ଦେଇଛି। ସମ୍ପୃକ୍ତ ଅଧିକାରୀଙ୍କ ପୁଲିସ ପଦକ ଫେରାଇ ନେବା ସହ କେନ୍ଦ୍ରୀୟ ଡେପୁଟେସନ ତାଲିକାରୁ ସେମାନଙ୍କ ନାମ ବାଦ ଦେବାକୁ ଓ ପଦୋନ୍ନତି ରଦ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ଏପରି କ‌ରାଗଲେ ମମତା ସେମାନଙ୍କୁ ‘ବଙ୍ଗ ବିଭୂଷଣ’ ସମ୍ମାନ ପ୍ରଦାନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରକୁ ସେ ଚିଠି ଲେଖିବେ ବୋଲି କହିଛନ୍ତି। ସମ୍ପୃକ୍ତ ଅଧିକାରୀମାନେ ସୁରକ୍ଷା ପ୍ରତି ନଜର ରଖିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ; କିନ୍ତୁ କେନ୍ଦ୍ର ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି ମମତା କହିଛନ୍ତି।
ଏହି ଅଧିକାରୀଙ୍କ ମଧ୍ୟରେ ଅଛନ୍ତି କଲକାତା ପୁଲିସ କମିସନର ରାଜୀବ କୁମାର, ରାଜ୍ୟ ପୁଲିସ ଡିଜି ବୀରେନ୍ଦ୍ର କୁମାର, ଅତିରିକ୍ତ ଡିଜି ବିନିତ କୁମାର ଗୋୟଲ, ଅତିରିକ୍ତ ଡିଜି ଅନୁଜ ଶର୍ମା, ବିଧାନ ନଗର ପୁଲିସ କମିସନର ଜ୍ଞାନୱନ୍ତ ସିଂହ, ଅତିରିକ୍ତ କମିସନର ସୁପ୍ରତିମ ସରକାର। ଅପରପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସିବିଆଇ ଜେରାର ସମ୍ମୁଖୀନ ହେବା ପାଇଁ କମିସନର ରାଜୀବ କୁମାର ଶୁକ୍ରବାର ମେଘାଳୟ ରାଜଧାନୀ ଶିଲଂ ଅଭିମୁଖେ ଯାତ୍ରା କରିଛନ୍ତି। କଳକାତାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ‘ଶିଲଂ ଯାଅ, ସେଠାରେ ଦେହ ମୁଣ୍ଡ ଥଣ୍ଡା ରହିବ’ ବୋଲି ସିବିଆଇ ଅଧିକାରୀ ଓ ରାଜୀବ କୁମାରଙ୍କୁ ସୁପ୍ରିମକୋର୍ଟ ପରିହାସ ଛଳରେ କହିଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories