www.samajalive.in
Monday, December 8, 2025
27.1 C
Bhubaneswar

ପାର୍ସଲ ବୋମା ବିସ୍ଫୋରଣ ମାଲଲା; ନୂଆ ଜେଲକୁ ପୁଞ୍ଜିଲାଲ୍ ସ୍ଥାନାନ୍ତର

ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାଲଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ପାଟଣାଗଡ ଜେଲରୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର କରାଯାଇଛି । ବଲାଙ୍ଗୀର ଜେଲରେ ସୁଶାନ୍ତ ଧଳସାମନ୍ତ ଭଳି କୁଖ୍ୟାତ ଅପରାଧିମାନେ ରହଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ରେ ଏକ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ରାୟପୁରରୁ କୋରିୟରରେ ଆସିଥିବା ଏହି ପାର୍ସଲକୁ ନବଦମ୍ପତି ସୌମ୍ୟଶେଖର ଓ ତାଙ୍କ ପତ୍ନୀ ରିମାରାଣୀ ଖୋଲିବା ସମୟରେ ବିସ୍ଫୋରଣ ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ଏବଂ ତାଙ୍କର ଜଣେ ସମ୍ପର୍କୀୟ ଜେଜେମାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ପୁଞ୍ଜିଲାଲ୍ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ପାଟଣାଗଡ ଜେଲରେ ରଖାଯାଇଥିଲା।

- Advertisement -

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories