www.samajalive.in
Monday, December 8, 2025
20.1 C
Bhubaneswar

୧୫ ବେଆଇନ ବାଲି ଟ୍ରକ ଜବତ, ୯ ଗିରଫ

ପୁରୀ/ବାଲେଶ୍ବର : ବାଲି ଚୋରା ଚାଲାଣର ପର୍ଦ୍ଦଫାଶ ହୋଇଛି । ଗୁରୁବାର ରାତିରେ ପୁଲିସ ଓ ସେସୁ ମିଳିତ ଭାବେ ବଳିଆପଣ୍ଡା ଲାଇଟ ହାଉସ ବେଳାଭୂମିରୁ ମଙ୍ଗଳାନଦୀ ମୁହାଣ ଯାଏଁ ଚାଲିଥିବା ବେଆଇନ ବାଲି ଚୋରା ଚାଲାଣ ଉପରେ ଚଢଉ କରିଥିଲେ । ଚଢଉ ବେଳେ ୧୫ଟି ବାଲି ବୋଝେଇ ଟ୍ରକ ସମେତ ୨ଟି ଜେସିବି ଏବଂ ଗୋଟିଏ ହାଇୱା ଜବତ ହୋଇଛି । ଏହା ସହ ୯ ଜଣ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି ।

ସୂଚନାଯୋଗ୍ୟ, ବାଲି ଚୋରାଚାଲାଣ ଫଳରେ ମାଟିତଳେ ଥିବା ବିଦ୍ୟୁତ ତାର ନଷ୍ଟ ହେଉଛି । ଫଳରେ ୫୦ ଲକ୍ଷ ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ନେଇ ସେସୁ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଗତକାଲି ବିଳମ୍ବିତ ରାତ୍ରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଉପ ଜିଲ୍ଲାପାଳ, ସେସୁ ଅଧିକାରୀ, ବଳିଆପଣ୍ଡା ପୋଲିସ, ସମୁଦ୍ରକୂଳ ପୁଲିସ ମିଳିତ ଭାବେ ଚଢାଉ କରିଥିଲେ ।

- Advertisement -

ଅନ୍ୟପଟେ ଚୋରା ବାଲି ଉତ୍ତୋଳନକୁ ବିରୋଧ କରି ତଥା ବାଲି ମାଫିଆମାନଙ୍କ ଦାଦାଗିରିରୁ ତ୍ରାହି ପାଇଁ ବାଲେଶ୍ବର ଜିଲା ନୀଳଗିରି ଅନ୍ତର୍ଗତ ମିତ୍ରପୁର-ଉଦଳା ରାସ୍ତାର ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories