www.samajalive.in
Monday, December 8, 2025
20.1 C
Bhubaneswar

ରେଳ ଯାତ୍ରୀ ନିଖୋଜ

ସମ୍ବଲପୁର: ସମ୍ବଲପୁର ଦେଇ ଯାତ୍ରା କରୁଥିବା ରାଜ୍ୟରାଣୀ ଏକ୍ସପ୍ରେସରୁ ଜଣେ ବରିଷ୍ଠ ନାଗରିକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ସମ୍ବଲପୁର ଜିଆରପି ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ସୁନ୍ଦରଗଡ଼଼ ଜିଲା ରାଜଗାଙ୍ଗପୁର ନିବାସୀ ଅନନ୍ତ ପରିଡ଼ା (୬୨) ପରିବାର ସହିତ ଗତ ୯ ତାରିଖ ରାତ୍ରିରେ ପରିବାର ସହିତ ଭୁବନେଶ୍ୱରରୁ ରାଜଗାଙ୍ଗପୁର ରାଜ୍ୟରାଣୀ ଏକ୍ସପ୍ରେସର ସାଧାରଣ ବଗିରେ ଯାତ୍ରା କରୁଥିଲେ। କିନ୍ତୁ ଅନୁଗୁଳରୁ ସମ୍ବଲପୁର ମଧ୍ୟରେ କୌଣସି ସ୍ଥାନରୁ ସେ ରେଳଗାଡିରୁ ନିଖୋଜ ହୋଇଯାଇଛନ୍ତି। ଏଣୁ ପରିବାର ଲୋକେ ବହୁ ଖୋଜାଖୋଜି ସତ୍ୱେ ତାଙ୍କୁ ନ ପାଇବାରୁ ବାଧ୍ୟ ହୋଇ ସମ୍ବଲପୁର ଜିଆରପି ଥାନାରେ ଅଭିଯୋଗ କରିଛନ୍ତି। ଏଣୁ ଜିଆରପି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories