www.samajalive.in
Tuesday, December 9, 2025
17.1 C
Bhubaneswar

୨୫ ସେଲିବ୍ରିଟିଙ୍କ ନାଁରେ ଏତଲା

ସମାଜ ଡିଜିଟାଲ ଡେସ୍କ: ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଯେଉଁମାନଙ୍କ ବିରୋଧରେ ତେଲଙ୍ଗାନା ପୁଲିସ ଏତଲା ଦାୟର କରିଛି ସେମାନଙ୍କ ମଧ୍ୟରେ ୬ ଜଣ ଟଲିଉଡ ତାରକା ଅଛନ୍ତି। ମିୟାପୁର ଥାନାରେ ଏତଲା ଦାୟର ହୋଇଛି। କୁହାଯାଉଛି ଯେ, ୩୨ ବର୍ଷୀୟ ବ୍ୟବସାୟୀ ଫନୀନ୍ଦ୍ର ଶର୍ମା ଏକ ପିଟିସନ ଦାଖଲ କରିଥିଲେ, ଯାହା ଆଧାରରେ ହାଇଦ୍ରାବାଦର ମିୟାପୁର ଥାନାରେ ଏତଲା ଦାୟର ହୋଇଛି।

ଏତଲା ଅନୁଯାୟୀ, ରାଣା ଦଗୁବାତୀ, ମଞ୍ଚୁ ଲକ୍ଷ୍ମୀ, ନିଧି ଅଗ୍ରୱାଲ, ବିଜୟ ଦେବରକୋଣ୍ଡା, ପ୍ରଣିତା ଏବଂ ଅନ୍ୟ ୧୮ ଜଣ ସୋସିଆଲ୍ ମିଡିଆ ଇନଫ୍ଲୁଏନସର ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରୁଛନ୍ତି। ଏହା ପୂର୍ବରୁ ପ୍ରାୟ ସପ୍ତା​‌ହେ ଆଗରୁ ପଞ୍ଜାଗୁଟ୍ଟା ପୁଲିସ ବେଟିଂ ଆପ୍‌କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଇମ୍ରାନ ଖାନ, ହର୍ଷ ସାଇ, ଟେଷ୍ଟୀ ତେଜା, କିରଣ ଗୌଡ଼, ବିଷ୍ଣୁ ପ୍ରିୟା, ଶ୍ୟାମଳା, ରିତୁ ଚୌଧୁରୀ, ବଣ୍ଡାରୁ ଶେଷୟାନୀ ସୁପ୍ରିତା, ଅଜୟ, ସନୀ ଓ ସୁଧୀରଙ୍କ ସମେତ ୧୧ ଚଳଚ୍ଚିତ୍ର ସେଲିବ୍ରିଟି ଓ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories