www.samajalive.in
Monday, December 8, 2025
24.1 C
Bhubaneswar

ବେଦାନ୍ତର ‘ପ୍ରକଳ୍ପ ଆରୋଗ୍ୟମ୍ “ଦ୍ୱାରା ଗ୍ରାମୀଣ ଓଡ଼ିଶାରେ କର୍କଟ ଚିହ୍ନଟ ପରୀକ୍ଷଣ

ସୁନ୍ଦରଗଡ, : ବେଦାନ୍ତ ଆଲୁମିନିୟମ ପକ୍ଷରୁ ଛତିଶଗଡର ରାୟପୁର ସ୍ଥିତ ଅଗ୍ରଣୀ କର୍କଟ ଚିକିତ୍ସାଳୟ ବାଲକୋ ମେଡ଼ିକାଲ ସେଣ୍ଟର (ବିଏମସି) ସହଯୋଗରେ ଝାରସୁଗୁଡ଼ା ଜିଲ୍ଲା ନିକଟବର୍ତ୍ତୀ ବେଲପାହାଡ ଏବଂ ବିଲେଇମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ପ୍ରକଳ୍ପ ଆରୋଗ୍ୟମ୍-କିଓର ୱିଥ୍ କେୟାର’ ଅଧୀନରେ ଏକ ବ୍ୟାପକ କର୍କଟ ଚିହ୍ନଟ ପରୀକ୍ଷଣ ଏବଂ ସଚେତନତା ଅଭିଯାନ ପରିଚାଳନା କରାଯାଇଛି ।

ବିଏମସିର ଅତ୍ୟାଧୁନିକ ମୋବାଇଲ୍ କର୍କଟ ଚିହ୍ନଟ ଭ୍ୟାନ୍ ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ କରାଯାଇଥିଲା ଯେଉଁଥିରେ ମାମୋଗ୍ରାଫି, ପାପ୍ ସ୍ମିଅର୍ ଟେଷ୍ଟ (ପିଇପି) ଏବଂ ବ୍ରଶ୍ ସାଇଟୋଲୋଜି ସମେତ ବ୍ୟାପକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରାଯାଇଥିଲା।

- Advertisement -

ଚିକିତ୍ସା ସମୟରେ ରୋଗୀଙ୍କ ସହିତ ଜଣେ ସହାୟକ ରହିବା ସହିତ ଅଧିକ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ବିଏମସି ମାଗଣା ଚିକିତ୍ସା ମଧ୍ୟ ପ୍ରଦାନ ଯୋଗାଇ ଦିଆଯାଇଥିଲା । ପରୀକ୍ଷଣ ସମୟରେ ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟସେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ମୋଟ ୧୮୨ ଜଣ ଉପକୃତ ହୋଇଥିଲେ।

ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ (ଏବିଡିଓ)  ଜିତେନ୍ଦ୍ର ମୁଣ୍ଡା କହିଛନ୍ତି ଯେ “ବେଦାନ୍ତର ସ୍କ୍ରିନିଂ ଏବଂ ସଚେତନତା ଶିବିର ଏହି ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ହସ୍ତକ୍ଷେପ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ କର୍କଟ ରୋଗ ବିରୁଦ୍ଧରେ ଲଢ଼େଇରେ ଶୀଘ୍ର ଚିହ୍ନଟ ଏବଂ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

 

 

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories