www.samajalive.in
Monday, December 8, 2025
17.1 C
Bhubaneswar

‘ସପ୍ତାହକ ମଧ୍ୟରେ ନିପାତ ହେବେ ଆଇଏସ୍‌ଆଏସ୍‌ ଆତଙ୍କବାଦୀ’

ୱାଶିଂଟନ୍‌ : ଇରାକ ଓ ସିରିଆରୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ସମ୍ପୂର୍ଣ୍ଣ ମୂଳପୋଛ ପାଇଁ ଆଉ ଗୋଟିଏ ସପ୍ତାହ ଲାଗିବ। ଏଠାରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାମ୍ଭିକତା ପ୍ରକାଶ କରିଛନ୍ତି। ଆଇଏସ୍‌ ଆତଙ୍କବାଦର ଦିନ ସରିଆସିଲାଣି; ଆଉ ସପ୍ତାହକ ମଧ୍ୟରେ ଇରାକ ଓ ସିରିଆରୁ ଶତପ୍ରତିଶତ ନିପାତ ହେବ ବୋଲି ଟ୍ରମ୍ପ କହିଛନ୍ତି। ଖୁବ୍‌ ଶୀଘ୍ର ଏ ସମ୍ପର୍କରେ ଘୋଷଣା ହେବ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଟ୍ରମ୍ପ ଆଇଏସ୍‌ଆଇଏସ୍‌ ବିରୋଧୀ ଲଢ଼େଇରେ ସହଯୋଗ ପାଇଁ ସହଯୋଗୀ ରାଷ୍ଟ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମ୍ମିଳନୀରେ ୭୦ଦେଶର ଉଚ୍ଚ ସାମରିକ ଅଧିକାରୀ ଉପସ୍ଥିତ ଥିଲେ। ଜଣଜଣ କରି ଆଇଏସ୍‌ ସମର୍ଥକଙ୍କୁ ନିପାତ ପୂର୍ବକ ଇସ୍‌ଲାମିକ ଆତଙ୍କବାଦ କବଳରୁ ସାରା ବିଶ୍ବକୁ ରକ୍ଷା କରାଯିବ ବୋଲି ଟ୍ରମ୍ପ ସେମାନଙ୍କୁ କହିଥିଲେ। ଡିସେମ୍ବରରେ ହଠାତ୍‌ ଇରାକ ଓ ସିରିଅାରୁ ୨୦୦୦ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିଆଣିବା ସହ ବିଜୟ ର ସୂଚନା ଦେଇଥିଲେ ଟ୍ରମ୍ପ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories