www.samajalive.in
Monday, December 8, 2025
27.1 C
Bhubaneswar

କୃଷି ତାଲିମ୍ ପ୍ରତିଷ୍ଠାନ ବନ୍ଦ ନେଇ ଆଶଙ୍କାରେ କନ୍ଧମାଳବାସୀ 

ଜି ଉଦୟଗିରି : ଜି ଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ଡିଏଭିଠାରେ ୨୦୧୦ ମସିହାରେ ପ୍ରସ୍ତାବିତ  କୃଷି ତାଲିମ୍ ପ୍ରତିଷ୍ଠାନ ୨୦୧୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମାଳରେ ଉଦଘାଟିତ ହୋଇଥିଲା । ପରେ ୨୦୧୩-୨୦୧୪ରେ ପ୍ରଥମ ଥର ୨୯୦, ୨୦୧୪-୨୦୧୫ରେ ୧୨୩ ଓ ୨୦୧୫-୨୦୧୬ ରେ ୨୩୦ ମୋଟ ୬୪୩ ଜଣ ୧୦ଟି ଜିଲ୍ଲାରୁ ଚାଷୀ ବେକାରୀ ଯୁବକ ଓ ଯୁବତୀ କୃଷି ଭିତ୍ତିକ ତାଲିମ୍ ପାଇ ଆତ୍ମନିର୍ଭରଶିଳ ହୋଇପାରିଛନ୍ତି। ଏହା ପରେ କୌଣସି କାରଣରୁ ୨୦୧୬ ମସିହାରୁ ଏହି ପ୍ରତିଷ୍ଠାନଟି ବନ୍ଦ ହୋଇଯାଇଥିଲା। ରାଜ୍ୟରେ ଡବଲ ଇଞ୍ଜିନର ସରକାର ଚାଷୀକୁ ଅଗ୍ରାଧିକାର ଦେଉଥିବା ଭିତିରେ ଦୀର୍ଘ ୮ ମାସ ବ୍ୟବଧାନରେ ୨୮/୦୨/୨୦୨୫ ରିଖ ଦିନ ପୁନର୍ବାର ତାଲିମ୍ ପ୍ରତିଷ୍ଠାନରେ କେବଳ କନ୍ଧମାଳର ୫୫ ଜଣ ମହିଳାଙ୍କୁ ନେଇ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ  ୫ଦିନିଆ ତାଲିମ୍ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆରଡିସି ଜୋନ ବଦଳ ପରେ ପୂର୍ବେ ୧୦ଜିଲ୍ଲା ଯଥା କନ୍ଧମାଳ, ଗଞ୍ଜାମ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର,କଳାହାଣ୍ଡି, ଗଜପତି, ନୂଆପଡା ଓ ବଉଦ ଥିବା ବେଳେ ଆର ଡି ସି ବଦଳ ପରେ ନୂଆପଡ଼ା ଓ ବଉଦ ବାଦ୍ ପଡି ୮ଟି ଜିଲ୍ଲା ର ଚାଷୀ ଅନ୍ତର୍ଭୁକ୍ତ।

ବର୍ତ୍ତମାନ ଉକ୍ତ ତାଲିମ୍ ପ୍ରତିଷ୍ଠାନରେ ଗତ ୧୧/୦୩/୨୦୨୫ରିଖ ଦିନ ଗଞ୍ଜାମ ଜିଲାର ସୋରୋଡ଼ାରୁ ୧୦୦ ଚାଷୀ ତାଲିମ୍ ନେଇଥିବା ସୂଚନା ମିଳିଛି।୦୭/୦୮/୨୦୨୩ ଏଠାରେ ଅବସ୍ଥାପିତ ଉପନିର୍ଦେଶକ ଉଦ୍ୟାନ ସୁଦେଷ କୁମାର ଚୌଧୁରୀ, ବରିଷ୍ଟ କିରାଣୀ ମହେଶ୍ୱର ସେଠୀ କାର୍ଯ୍ୟ କରୁଥିବା ବେଳେ ଦୁଇ ତାଲିମ୍ ଦାତା ଏଠାରୁ ଦରମା ପାଇ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି। ଆସନ୍ତା ୧୭/୦୩/୨୦୨୫ ରୁ ୨୬ ଜଣଙ୍କୁ କୃଷି ସଚିବ ଭୁବନେଶ୍ୱର ଓ କନ୍ଧମାଳ ଜିଲାପାଳ ବାଲିଗୁଡ଼ା ଓ ଫୁଲବାଣୀ ଆଇ ଟିଡିଏକୁ ଯୋଗାଯୋଗ କରାଯାଇ ଥିବା ନେଇ ଉପନିର୍ଦେଶକ ଉଦ୍ୟାନ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଭିତ୍ତି ଭୂମିର ଯଥେଷ୍ଟ ସୁବିଧା ଯଥା ପୁରୁଷ ଛାତ୍ରାବାସ ଓ ମହିଳା ଛାତ୍ରାବାସରେ ୪୫୦୦ ଲିଟର ପାଣି ମହଜୁଦ, ଆଡ଼ିମି଼ସ୍ତେତଭି ହଲରେ ୨୫୦୦ ଲିଟର ପାଣି ମହଜୁଦ ରହିଛି। ଏତେ ସୁବିଧା ଥାଇ କୃଷି ସଚିବ ଓ ଜିଲାପାଳ ବାଲିଗୁଡ଼ା ଓ ଫୁଲବାଣୀ ଆଇ ଟିଡିଏକୁ ଯୋଗାଯୋଗ କରିବା ପରେ ମଧ୍ୟ ବର୍ତ୍ତମାନ କାର୍ଯ୍ୟ ରତ ଉପ ନିର୍ଦ୍ଦେଶକ ଉଦ୍ୟାନ ଚୌଧୁରୀଙ୍କ ଅନ୍ୟତ୍ର ବଦଳି ହେବା ଓ ଉକ୍ତ ପ୍ରତିଷ୍ଠାନ ହେବା ପଛରେ ତାଙ୍କର ଯଥେଷ୍ଟ ଅବଦାନ ଥିବା ଓ ଆଗକୁ ଏହି ପ୍ରତିଷ୍ଠାନକୁ ଜାତୀୟ ସ୍ତରରେ ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟିତ ଥିବାବେଳେ ତାଙ୍କର ଅନ୍ୟତ୍ର ବଦଳି ଓ ଆସନ୍ତା ୧୭/୦୩/୨୦୨୫ ରେ ତାଲିମ୍ ପ୍ରଦାନ ପାଇଁ ଯୋଜନା ନକରିବା ଏହା ଉଠିଯିବା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥିରେ କନ୍ଧମାଳ ସାଂସଦ ତଥା ତିନି ନିର୍ବାଚନ ମଣ୍ଡଳୀର ତିନି ବିଧାୟକ ହସ୍ତକ୍ଷେପ କରି ଜିଲ୍ଲାରେ ଥିବା ଏତେବଡ଼ ପ୍ରତିଷ୍ଠାନ ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories