www.samajalive.in
Monday, December 8, 2025
17.1 C
Bhubaneswar

ଆସିଲା ନୂଆ ଇ-ସ୍କୁଟର, ଥରେ ଚାର୍ଜ କଲେ ଯିବ ୧୮୧ କିଲୋମିଟର

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଗାଡି ଉଦ୍ୟେଗରେ କ୍ରାନ୍ତି ଆଣିଥିବା ସିମ୍ପଲ ଏନର୍ଜି ନିଜ ନୂଆ ଇ-ସ୍କୁଟର ସିମ୍ପଲ ଓ୍ବାନଏସ୍ ଲଞ୍ଚ୍ କରିଦେଇଛି । ଏହାର ଦାମ୍ ୧.୩୯ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ଏହାକୁ ଥରେ ଚାର୍ଜ କଲେ ୧୮୧ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ । ଏହାର ସର୍ବାଧିକ ସ୍ପିଡ୍ ୧୦୫ କିଲୋମିଟର ପ୍ରତି ଘଣ୍ଟା ବୋଲି କମ୍ପାନୀ ସୂଚନା ଦେଇଛି ।

ସିମ୍ପଲ ଓ୍ବନ୍ସ ଇ-ସ୍କୁଟର ମାତ୍ର ୨.୫୫ ସେକେଣ୍ଡରେ ଶୂନ୍ୟରୁ ୪୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡ୍ ଧରିପାରିବ । ଏହାର ସର୍ବାଧିକ ସ୍ପିଡ୍ ୧୦୫ କିଲୋମିଟର ପ୍ରତି ଘଣ୍ଟା । ଏଥିରେ ଏକ ୩.୭ କିଲୋଓ୍ବାଟର ଫିକ୍ସ୍ଡ ବ୍ୟାଟେରୀ ମୋଟର ମିଳେ । ଏଥିରେ ଅନେକ ରାଇଡିଂ ମୋଡ୍ସ ମିଳୁଛି । ଗାଡିରେ ୩୫ ଲିଟର ବୁଟ୍ ଷ୍ଟୋରେଜ୍ ରହିଛି । ସ୍କୁଟରରେ ୭ ଇଞ୍ଚର ଟଚସ୍କ୍ରିନ୍ ଡ୍ୟାଶବୋର୍ଡ, ୫ଜି ଇ-ସିମ୍, ବ୍ଲୁଟୁଥ୍ କନେକ୍ଟିଭିଟି ଭଳି ଫିଚର୍ ଦିଆଯାଇଛି । କମ୍ପାନୀ ଏହାର ୪ ପ୍ରକାର ରଙ୍ଗ ଯଥା ବ୍ଲୁ, ଧଳା, କଳା ଓ ଲାଲ୍ ରଙ୍ଗରେ ସ୍କୁଟରକୁ ଉପଲବ୍ଧ କରାଉଛି । ୨୦୨୬ ସୁଦ୍ଧା ଏହାର ୧୫୦ ନୂଆ ଷ୍ଟୋର୍ ଓ ୨୦୦ ସର୍ଭିସ୍ ସେଣ୍ଟର ଖୋଲିବାକୁ ଯୋଜନା ରଖିଛି କମ୍ପାନୀ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories