www.samajalive.in
Thursday, December 11, 2025
23.1 C
Bhubaneswar

ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ଵାମୀଙ୍କ ଦାଦାଗିରି, କନିଷ୍ଠ ଯନ୍ତ୍ରୀଙ୍କଠାରୁ ଛଡାଇନେଲେ ଫାଇଲ

କେଶଦୁରାପାଳ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଅଧକ୍ଷାଙ୍କ ସ୍ଵାମୀଙ୍କ ଦାଦାଗିରି  କରୁଥିବା ନେ଼ଇ ବିଜେପି କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଆନନ୍ଦପୁର ବ୍ଲକ୍ ଅଧକ୍ଷାଙ୍କ ସ୍ଵାମୀ  ମାନସ  କୁମାର ବାରିକ ଦାଦାଗିରି କରି  କିଛି ପଞ୍ଚାୟତର ବିକାଶ ମୂଳକ ଫାଇଲକୁ ଜୋରଜବରଦସ୍ତ  କନିଷ୍ଠ ଯନ୍ତ୍ରୀ ଗୀତି ମୋହନ ଟୁଡୁଙ୍କଠାରୁ  ଛଡାଇନେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ଏହାକୁ ନେଇ ଜିଲ୍ଲାପରିଷଦ ସଦସ୍ୟା ଅସୀମ ମିଶ୍ର , ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ବିଜେପି ନେତା ଅନାଦି ସାହୁଙ୍କ ସହିତ ଅନେକ ବିଜେପି କାର୍ଯ୍ୟକର୍ତ୍ତା  ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଆନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ  ମନୋଜ କୁମାର ମହାନ୍ତଙ୍କୁ  ଏ ସମ୍ପର୍କରେ ପଚାରିବାରୁ ସେ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଲିଖିତ ପତ୍ର ମାଗିଥିବା ପ୍ରକାଶ କରିଛନ୍ତି ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories