ଆନନ୍ଦପୁର: ବାଲିଘାଟରୁ ୭ ଟ୍ରାକ୍ଟର, ୨ ହାଇୱା ସହ ଜେସିବି ସହ ଜବତ ହୋଇଛି। ପଷିପୁରା ଥାନା ବୀରଗୋବିନ୍ଦପୁର ଦେଓଗାଁରେ ବାଲିଘାଟରେ ଚଢ଼ାଉ ପରେ ସେଠାରୁ ହାଇୱା, ଜେସିବି ସହ ୭ ଟ୍ରାକ୍ଟର ଜବତ କରାଯାଇଛି। ପଷିପୁରା ଥାନା ବୀରଗୋବିନ୍ଦପୁର ଦେଓଗାଁରେ ବାଲିଘାଟରେ ପୁଲିସ ଓ ଖଣି ବିଭାଗର ମିଳିତ ଚଢ଼ାଉବେଳେ ଏହା ଜବତ କରାଯାଇଥିବା ସୂଚନା ମିଳିଛି।
ରାଜ୍ୟର ବିଭିନ୍ନ ବାଲିଘାଟରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଆନନ୍ଦପୁରର ବୈତରଣୀ ଏବଂ କୁଶେଇ ନଦୀ ବାଲିଘାଟରେ ଚଢ଼ାଉ ହୋଇଛି। ଏହି ଅଞ୍ଚଳରେ ୨୦ରୁ ଅିକ ବାଲିଗାଟରୁ ବେଆଇନ ଭାବେ ବାଲି ଚାଲାଣ କରାଯାଇଥିବା ଅଭିଯୋଗ ହୋଇଛି। ଶହ ଶହ ଟ୍ରାକ୍ଟର ଓ ହାଇୱାରେ ବାଲିଚାଲାଣ କରାଯାଉଥିବା ସୂଚନା ମିଳିଛି।



