କଳାବାଡିଆ : ଜଙ୍ଗଲ ନିଆଁ ନିରାକରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ବାରିପଦା ଆନୁକୁଲ୍ୟରେ ପିଠାବଟା ବନାଞ୍ଚଳ ବାଲିଡିହା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିମିଳିପାଳ ହେଉଛି ବିଶ୍ଵର ଚତୁର୍ଥ ବୃହତ୍ତମ ଜୈବ ମଣ୍ଡଳ। ଏହାର ସୁରକ୍ଷା ପାଇଁ ବନ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ସାଧାରଣରେ ସାମାଜିକ ଦାୟିତ୍ଵ ବୃଦ୍ଧି କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଧାୟିକା କହିଥିଲେ। ଶିମିଳିପାଳର ପାଦଦେଶ ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ଳୋକଙ୍କୁ ନେଇ ବିଭିନ୍ନ ଜଙ୍ଗଲ ସୁରକ୍ଷା କମିଟି ଗଠନ କରାଯାଇଛି। ଫଳରେ ଆଗକୁ ଆସୁଥିବା ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ ରୋକାଯାଇପାରିବ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୂର୍ମୁ, ବିଜେପିର ରାଷ୍ଟ୍ରୀୟ ସଦସ୍ୟ ସୁଗୁଦା ମୁର୍ମୁ, ସାମାଖୁଣ୍ଟା ବ୍ଲକର ବିଡ଼ିଓ ମୁନା ସେଠୀ, ଡେପୁଟି ଡାଇରେକ୍ଟର, , ଆଇଏଫେସ ଡ଼. ସମ୍ରାଟ ଗୌଡା, ଡ଼ିଏଫୋ ଉମା ମହେଶ, ସମରେଶ ବିଶ୍ୱାଳ, ଏସିଏଫ, ପ୍ରଦୀପ କୁମାର ଦେ, ଏସିଏଫଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Popular Categories



