ବାସୁଦେବପୁର : ଆଜି ମଧ୍ୟାହ୍ନ ସମୟରେ ଏକ ଆଇରନ ଟ୍ରକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ପୈାରପାଳିକା ପାଢୀସାହିରେ ବିବାହ ଉତ୍ସବରେ ବରଧରା କାର୍ଯ୍ୟ ସଂପାଦନ ପାଇଁ ସିମୁଳିଆ ଥାନା ସୋମନାଥପୁର ଅଞ୍ଚଳର ଦୈତାରୀ ମହାପାତ୍ରଙ୍କ ପୁଅ ଜଗବନ୍ଧୁ, ବସନ୍ତକୁମାର ପାଣିଙ୍କ ପୁଅ ସୁଦାମ ଓ ତାର ସହଯୋଗୀମାନେ ଆସିଥିଲେ । ବରଧରା କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ଜାମୁଝାଡି- ବାସୁଦେବପୁର ରାସ୍ତାର ମାତାଜୀମଠ ଛକ ନିକଟରେ ଆଇରନ ଟ୍ରକର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସୁଦାମ ଓ ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
Popular Categories



